ମହାବୀର କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ମାକ୍ସ ଓ ସାନିଟାଇଜର ବଣ୍ଟନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିଵା ସହ ସାନିଟାଇଜର ଦ୍ଵାରା ହାତ ସଫା କରି ସଚେତନତା ସୃଷ୍ଟି କରିଵା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏହି ନିୟମ ଆଧାରରେ ମହାବୀର କଲଚରାଲ୍ ଟ୍ରଷ୍ଟ ର ସଭାପତି-କପିଳ ଚନ୍ଦ୍ର ମରୁଡି, ସମ୍ପାଦକ-ନିହାର ରଞ୍ଜନ ହାତୀ, କୋଷାଧକ୍ଷ-ରାଜେଶ ହାତୀ,କୋଣାର୍କ ଏନ୍ ଏ ସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ବିରିଜଙ୍ଗା ଗ୍ରାମରେ ବସ ବାସ କରୁଥିବା ବୁଢ଼ା ବୁଢୀ ଓ ଛୋଟ ପିଲା, ମହିଳା ମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ୧୦୦ରୁ ଉର୍ଦ୍ଧ ମାକ୍ସ ଓ ସାନିଟାଇଜର ବାଣ୍ଟିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।ମହାବୀର କଲଚରାଲ୍ ଟ୍ରଷ୍ଟ ର ସଦସ୍ୟ ଓ ଅଙ୍ଗନୱାର୍ଡ଼ି କର୍ମୀ ସନ୍ଧ୍ୟା ରାଣୀ ସେଠି ଙ୍କ ଏହିପରି ସାମ୍ପ୍ରତିକ ସମୟରେ ଜନକଲ୍ୟାଣ ମୂଳକ ପଦକ୍ଷେପ କୁ କୋଣାର୍କ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କୋଣାର୍କ ଅଂଚଳ ରେ ଘରେ ରହିଥିବା ଶ୍ରମିକ, ଦିନ ମଜୁରିଆ ଓ ଗରିଵ ଶ୍ରେଣୀ ର ଜନସାଧାରଣ ଓ ବୁଲା ଗୋରୁ ଗାଈ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ମାକ୍ସ ଏବଂ ସାନିଟାଇଜର ଯୋଗାଇ କରୋନା ମୁକାବିଲା ରେ ମହାବୀର କଲଚରାଲ୍ ଟ୍ରଷ୍ଟ୍ ନିୟୋଜିତ ରହିବ ଵୋଲି ସଭାପତି ଓ ସମ୍ପାଦକ ସୂଚନା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ