୫ ବର୍ଷର ଶିଶୁ କନ୍ୟାକୁ ଚାଇଲଡ଼୍ ଲାଇନ କୁ ହସ୍ତାନ୍ତର କଲା ପ୍ରଶାସନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କିଛି ଦିନ ତଳେ ଭଞ୍ଜନଗର ବାଗ ଦେବୀ ରୋଡରେ ରହୁଥିବା ଜଣେ ମାନସିକ ବିକୃତ ମହିଳା ଲକ୍ ଡାଉନ ଯୋଗୁଁ ଭୋକ ଉପାସରେ ଓ ନାନାଦି ପ୍ରକାରର ଆସୁଥିବା ର ସମୁଖୀନ ହୋଇ ଶେଷରେ ନିଜ ଝିଅ କୁ ଛାଡି କେଉଁ ଆଡେ ପଳେଇ ଥିଲେ। ଫଳରେ ଝିଅ ଟି ଭୋକ ଉପାସରେ କାନ୍ଦୁ ଥିବା ବେଳେ ବାଗ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ କୁନି ଝିଅ ଚାନ୍ଦିନୀ ସେଠୀ( ୫) କୁ ଉଦ୍ଧାର କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଘଟଣା କୁ ନେଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଥାନା ଅଧିକାରୀ ସୁଦୀପ୍ତ ସାହୁ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ତହସିଲଦାର ଆଲୋକ କୁମାର ପ୍ରଧାନ ଘଟଣା ର ତଦନ୍ତ କରି ଆଜି ଚାଇଲଡ଼ ଲାଇନ ସହଯୋଗ ରେ ଧରାକୋଟରେ ଥିବା ଅନାଥ ଅ।ଶ୍ରମ କୁ କୁନି ଝିଅ ଚାନ୍ଦିନୀ କୁ ହସ୍ତାନ୍ତର କରିଥିଲେ।


