ଗଜପତି ଏସପିଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ମାତୃଦିବସ । ଏହି ଅବସରରେ ଗଜପତି ଏସପି ସାରା ଶର୍ମାଙ୍କୁ ପାରଳାଖେମୁଣ୍ଡି ୱାର୍ଡନଂ ୪ ମହିଳାମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୱାର୍ଡନଂ ୪ ଲକ୍ଷ୍ମୀ ନଗରର ମହିଳାମାନେ ମାତୃଦିବସକୁ ପାଳନ କରିଛନ୍ତି । ଭୟଙ୍କର କରୋନା ଆତଙ୍କରେ ଜନ ସାଧାରଣଙ୍କୁ ଦିବା ରାତ୍ର ସେବା ଓ ସୁରକ୍ଷା ପ୍ରଦାନ କରିବା ସହ ବିଭିନ୍ନ ସଚେତନ ଦ୍ୱାରା ଲୋକଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଗଜପତି ଏସପି ସାରା ଶର୍ମାଙ୍କ ସମେତ ଅନ୍ୟ କେତେକ ମହିଳା ପୋଲିସ କର୍ମଚାରୀଙ୍କୁ ଲକ୍ଷ୍ମୀ ନଗରର ମହିଳାମାନେ ଆଜି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ମହିଳାମାନେ ଏସପି ସାରା ଶର୍ମାଙ୍କ ସମେତ ଅନ୍ୟ କେତେକ ମହିଳା ପୋଲିସ କର୍ମଚାରୀଙ୍କୁ ମିଷ୍ଟାନ୍ନ ଖୁଆଇ ଫୁଲତୋଡା ପ୍ରଦାନ କରି ବନ୍ଦାପନା କରିବା ସହ ଦୀର୍ଘାୟୁ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ