ବିଧାୟକଙ୍କ ଦେଖାନାହିଁ ବୁଲୁଛନ୍ତି କିଶୋର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୋଭିଡ -୧୯ ଲକଡାଉନ ଯୋଗୁଁ ଦୀର୍ଘ ଦେଢମାସରୁ ଉର୍ଦ୍ଧ୍ୱ ହେବ ଲୋକମାନେ ଘର ଭିତରେ କିପରି ଅଛନ୍ତି ସେ ସମ୍ପର୍କରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ସେମାନଙ୍କ ସହ ଫୋନରେ ଯୋଗାଯୋଗ କରୁଛନ୍ତି । ଏଥିସହିତ ଏହାମଧ୍ୟରେ ପ୍ରାୟ ୬/୭ ଥର ଏଠାକୁ ଆସି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ଗ୍ରାମ ଓ ସହରର ୱାର୍ଡ ଗୁଡିକରେ ବୁଲି ବୁଲି ଲୋକମାନଙ୍କୁ ଭେଟି କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କୁ ସାମାଜିକ ଦ୍ୱରତା ରକ୍ଷା କରିବା, ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା, ନିତ୍ୟାନ୍ତ ଆବଶ୍ୟକ ନହେଲେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ମାସ୍କ ବାଂଟିବା ସହିତ କେତେକ ସ୍ଥାନରେ ଅତ୍ୟନ୍ତ ଗରୀବଲୋକମାନଙ୍କୁ ଖାଦ୍ୟ ବଂଟନ ମଧ୍ୟ କରିଥିବା ଜଣାପଡିଛି । ଲୋକମାନେ ଏଭଳି ଅସମୟରେ ପାଖରେ ପୂର୍ବତନ ବିଧାୟକଙ୍କୁ ଦେଖି ଅତ୍ୟନ୍ତ ଖୁସି ହେବା ସହିତ ପ୍ରସଂଶାରେ ପୋତିପକାଇଛନ୍ତି ଶ୍ରୀ ତରାଇଙ୍କୁ । ପୂର୍ବତନ ବିଧାୟକ ତରାଇ ସହରର ତିନିମୁହାଣିଛକ, ଦୁହୁରିଆ, ନୂଆବସଷ୍ଟାଣ୍ଡ, ପୁରୁଣାବସଷ୍ଟାଣ୍ଡ, ସାନ୍ତସାହି, ସୁଇପରକଲୋନୀ, କଜଳା ଦଳିତବସ୍ତି ପ୍ରଭୃତିରେ ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ । ଏହାବ୍ୟତିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର ବିଭିନ୍ନ ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରି ମାସ୍କ ବଂଟନ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସହିତ ଜିଲ୍ଲା କୃଷକ ବିଜେଡି ସଭାପତି ସୈାମେନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ଚରଣ ସେଠୀ, ନିର ରାଉତ, ବାବୁଲି ମଲ୍ଲିକ, ନିରାକାର ସାହୁ, ଦୁଷ୍ମନ୍ତ ଦାସ, ଅନୀଲ ଦାସ, ୱାର୍ଡମେମ୍ବର ଶ୍ରୀକାନ୍ତ ସାହୁ, ରାମ ମଲ୍ଲିକ, ତ୍ରିଲୋଚନ ପରିଡା, ସରୋଜକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ