ବଣିଆମାଳ ପତିତପାବନ କ୍ଲବ ପକ୍ଷରୁ ବନ୍ଧୁମିଳନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ବଣିଆମାଳ ପତିତପାବନ କ୍ଲବ ପରିସରରେ ଏକ ବଡ ଧରଣର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ସ୍ୱରୂପ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ସଭାପତି ଶରତ କୁମାର ବେହୁରା, ବିଜେଡି ନେତା ରଞ୍ଜିତ ସାହୁ, ସୁରେଶ ମର୍ଦ୍ଦରାଜ, ରାଜେଶ ମହାନ୍ତି, ରାଜେଶ ପଣ୍ଡା, ପୀତବାସ ବେହେରା, ସାହେବ ସାହିଲ ରାଉତ, କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ବିଭିନ୍ନ ବ୍ଲକର ସଭାପତି ନିରଞ୍ଜନ ସୁନ୍ଦରରାୟ, ରଞ୍ଜନ ନାୟକ, ଅରୁଣ ପ୍ରଧାନ, ସୁକାନ୍ତ ରାଉତ, ଚନ୍ଦନ ପରିଡା, ଚୈତନ୍ୟ ପରିଡା, ଗୋଲଖ ପଢିହାରୀ, ନଗର ସଭାପତି ସଂଗ୍ରାମ ଜେନା, ବିବେକାନନ୍ଦ ମହାରଣା, ବରିଷ୍ଠ ସାମ୍ବାଦିକ ସୁବ୍ରତ ସାମଲ, ସୋମନାଥ ସାହୁ, ଜୀବନ ସିଂ, ସତ୍ୟ ପଣ୍ଡା, ଦୁର୍ଗା ପତି, ରବିନାରାୟଣ ପତି, ସାବିର ଖାଁ, ଦିଲ୍ଲିପ ମହାନ୍ତି, ଜଗଦିଶ ପତି, ମନୋଜ ସ୍ୱାଇଁ, ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀଧର ନାୟକ, ପରେଶ ଦାସ, ସରୋଜ କୁମାର ପରିଡା, କେନ୍ଦ୍ରାପଡା ପୈାରପାଳିକାର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା ଏବଂ ତାଙ୍କର ସମସ୍ତ ସହଯୋଗୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଣିଆମାଳ ଗ୍ରାମ କମିଟିର ସଭାପତି ଗୁଣନିଧି ଜଗତି, ସମ୍ପାଦକ ବ୍ରହ୍ମାନନ୍ଦ ତ୍ରିପାଠୀ, ନୃସିଂହ ପାତ୍ର, ଅକ୍ଷୟ ପାତ୍ର, କାଳନ୍ଦୀ ବେହେରା, ଅନାଦି ସାହୁ, ଭୀମସେନ ସାହୁ, ମନୋଜ ମହାନ୍ତି ପ୍ରମୁଖ ଶତାଧିକ ଗ୍ରାମର ମୁରବି ଏବଂ କ୍ଲବର ଉପସଭାପତି ପ୍ରୀତିରଞ୍ଜନ ବେହୁରା, ସମ୍ପାଦକ ପରମାନନ୍ଦ ସାହୁ, ସହସମ୍ପାଦକ ପ୍ରତ୍ୟୁଷ ନାୟକ, କୋଷାଧ୍ୟକ୍ଷ ସମୀର ମହଲା, ଲକ୍ଷ୍ମୀକାନ୍ତ ନାୟକ, ରାଜେଶ ମହାଲିକ ପ୍ରମୁଖ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପ୍ରାୟ ୧୫୦୦ରୁ ଅଧିକ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ