ସାରାବିଶ୍ୱ ପାଇଁ ଆତଙ୍କବାଦ ବଡ ସମସ୍ୟା -ନରେନ୍ଦ୍ରମୋଦି
ଆତଙ୍କବାଦ ସାରା ବିଶ୍ୱ ପାଇଁ ଏକ ବଡ ସମସ୍ୟା ମାନବ ସମାଜ ପାଇଁ ସବୁଠୁ ବଡ ବିପଦ । ଅର୍ଥନୀତି କ୍ଷେତ୍ର ଠାରୁ ଆରମ୍ଭ କରି ଅଭିବୃଦ୍ଧି କ୍ଷେତ୍ର ରେ ଘୋର କ୍ଷତି ପହଚାଇଥାଏ । ତେଣୁ ସମର୍ଥନ କରୁ୍ଥିବା ଦେଶ ଗୁଡିକୁ ଏକ ଘରକିଆ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗ୍ରସ୍ତ ରେ ଥିବା ବେଳେ ଓସାକା ଠାରେ ଅନୁଷ୍ଠିତ ବ୍ରିକସ ସମ୍ମିଳନୀ ରେ ରାଷ୍ଟ୍ରନେତା ମାନଙ୍କ ମଧ୍ୟରେ ଅନୁଷ୍ଠିତ ଅନୈପୋଚାରିକ ବେଠକ ରେ ଏହା କହିଛନ୍ତି । ଏହି ବୋଠକରେ ଉପସ୍ଥିତ ଥିଲେ ନବନିର୍ବାଚିତ ରାଷ୍ଟ୍ରପତି ଜୈର ବଲୋସୋନାରୋ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ସ୍ୱାଗତ କରିଥିଲେ । ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟ ସଂଘଠନ କୁ ସୁଦୃଢ କରିବା , ଶକ୍ତି ନିରାପତା କୁ ସୁନିଶ୍ଚିତ କରିବା ଓ ଆତଙ୍କବାଦ ବିରୋଧରେ ମିଳିମିଶି ଲଢିବା ପାଇଁ ବ୍ରିକସ ସଦସ୍ୟ ରାଷ୍ଟ୍ର ଙ୍କୁ ଆହ୍ୱାନ କରିଥିଲେ ।


