ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ମହିଳା ବିଜେଡି ସଂପାଦିକା
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ସୋମବାର ବନ୍ତ ଥାନା ପରିସରରେ ଆଇଆଇସି ମିନା ବିନ୍ଧାଣୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କୁ ରାଜ୍ୟ ମହିଳା ବିଜେଡି ସଂପାଦିକା ସୁଜାତା ଜେନାଙ୍କ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ସେହିପରି ପଧାନପଡା ଆଦିବାସୀ ସାହିରେ ଅସହାୟ ଲୋକ ମାନଙ୍କୁ ରାଜ୍ୟ ମହିଳା ବିଜେଡି ସଂପାଦିକାଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଳା ଯୁବ ବିଜେଡି ସଂପାଦକ ସମୀମ୍ ନୱାଜ୍ ସହଯୋଗ କରିଥିଲେ ।