ଛାମୁଣ୍ଡାରେ ବଜ୍ରପାତ ଘଟି ଜଣେ ମୃତ, ଜଣେ ଗୁରୁତର

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା): ଗତକାଲି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଗତକାଲି ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ସୁନୀଲ କୁମାର ରାଉତ ଓ ରାମଚନ୍ଦ୍ର ଗୌଡ଼ (୩୨) ଧୋଡାପଲି ଗ୍ରାମ ନିକଟରେ ଥିବା କାଜୁ ବଗିଚା ରୁ କାଜୁ ସଂଗ୍ରହ କରି ଫେରୁଥିବା ବେଳେ ହଠାତ ବଜ୍ରପାତ ଘଟିବାରୁ ୨ଜଣ ଯାକ ଟଳି ପଡିଥିଲେ। ଘଟଣା ସ୍ଥଳରେ ରାମଚନ୍ଦ୍ର ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସୁନୀଲ ଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ସେଠାରେ ସୁନୀଲ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡିକାଲ କୁ ପଠାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ