କରୋନା ପ୍ରତିରୋଧ ପାଇଁ ପିଏଜି ପକ୍ଷରୁ ପ୍ରଶାସନକୁ ସହଯୋଗ

ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା): ବିଶ୍ୱରେ କରୋନା ମାହାମାରୀ ଦିନକୁ ଦିନ କାୟାବିସ୍ତାର କରୁଥିବା ବେଳେ କନ୍ଧମାଳ ଜିଲ୍ଲା କୁ କରୋନା ମୁକ୍ତ କରିବା ପାଇଁ ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜି ପକ୍ଷରୁ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଜିମ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ସମୟରୁ ସରକାର ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ନେଇ ଆସୁଛନ୍ତି।ଯାହାକି ସ୍ୱଗତଯୋଗ୍ୟ। ବର୍ତ୍ତମାନ ପ୍ରବାସୀ ଓଡିଆମାନେ ନିଜ ଭିଟାମାଟି ସଂକ୍ରମିତ ରାଜ୍ୟ ରୁ ଫେରି ଆସୁଥିବା ରୁ ଆମ ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ବ୍ରିଟିଶ ସରକାରଙ୍କ ସମୟରୁ ଭାରତ ବର୍ଷରେ ସମାଜସେବା କାର୍ଯ୍ୟ ସମ୍ପାଦନ କରିବାକୁ ଏକ ଆଇନଗତ ସ୍ୱକୃତୀ ପ୍ରଣୟନ କରାଯାଇଛି।ଏ ପରିସ୍ଥିତିରେ କନ୍ଧମାଳ ଜିଲ୍ଲା କୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ପିଏଜି ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହାତ ଧୋଇବା, ସ୍ୱଛତା ରଖିବା, ସାମାଜିକ ଦୂରତା ବଜାଇ ରଖିବା,ଲକଡାଉନ ନିୟମ ମାନିବା ,ବାହାର କୁ ଅଯଥା ନ ବାହାରିବା,ପ୍ରବାସୀ ମାନେ ସଂଗରୋଧ କେନ୍ଦ୍ର ରେ ରହିବା ଉପରେ ପିଏଜି ର ୫୬ଗୋଟି ସଦସ୍ୟ ଅନୁଷ୍ଠାନମାନେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ପ୍ରତି ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ରେ ଆସିବାକୁ ଥିବା ଲୋକମାନେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।ବାହରୁ ଆସୁଥିବା ପ୍ରଵାସୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା,କ୍ୱାରେଣ୍ଟାଇନରେ ନିୟମ ସଠିକ କାର୍ଯ୍ୟ କାରୀ କରିବା, ଖାଦ୍ୟ ପେୟ ଓ ପରିମଳ ବ୍ୟବସ୍ଥା ଗ୍ରହଣ, ସରକାରୀ ସହାୟତା ରୁ କେହି ବଞ୍ଚିତ ଥିଲେ ସେମାନଙ୍କୁ ଯୋଗାଇ ଦେବା ,ପ୍ରବାସୀ ମାନଙ୍କୁ ଅଣ କୁଶଳୀ କାମ ଯୋଗାଇ ଦେବା ପାଇଁ ପ୍ରଶାସନ କୁ ସହଯୋଗ କରିବା କୁ ଆଜିର ଜୁମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତରେ ରହିଥିବା ଲୋକଙ୍କ ପରିବାର ସେ କେନ୍ଦ୍ର କୁ ନ ଯିବା କୁ ଓ ଆବଶ୍ୟକ ସଚେତନ କରିବା କୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ଆଗ୍ରହୀ ଥିବା ଜିଲ୍ଲା ପ୍ରଶାସନ କୁ ଅବଗତ କରିବା କୁ ନିଷ୍ପତ୍ତି ନିଆଯାଇଛି।ଶିକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱଛାସେବୀ ମାନେ ଗାଁରେ ପିଲାମାନେ ପାଠ ପଢା ଜାରି ରଖିବାକୁ ପ୍ରବତ୍ତାଇବାକୁ ଆଲୋଚନା କରାଯାଇଥିଲା।କୃଷି, ଉତ୍ପାଦନ ଭିତିକ କାର୍ଯ୍ୟ ଓ ଶ୍ରମିକଙ୍କ ମଜୁରି ପୈଠ ନିୟମିତ ଭାବରେ କରିବା କୁ ପ୍ରଶାସନ କୁ ସହାୟତା କରିବାକୁ ନିଷ୍ପତ୍ତି କରାଯାଇଛି।ପିଏଜିର ମାର୍ଗ ଦର୍ଶକ ରାମଚନ୍ଦ୍ର ଦାସଙ୍କ ସହିତ ଆବାହକ ଅଶୋକ ପରିଡା, ସଦସ୍ୟ ହରି ଶଙ୍କର ରାଉତ, ପଞ୍ଚାନନ ମିଶ୍ର,ରବୀନ୍ଦ୍ର ସାହୁ,ଚନ୍ଦ୍ର କାନ୍ତ ନାୟକ, ଭଗବାନ ଜେନା,ଅମୀତ ନାୟକ,ଭଗବାନ ସାହୁ କୈଳାସ ଚନ୍ଦ୍ର ଦଣ୍ଡପାଟ,ପ୍ରଦୀପ ସ୍ୱାଇଁ,ପ୍ରମୋଦ ନାୟକ ଓ ଟୁଟୁ ମହାପାତ୍ର ପ୍ରମୁଖ କରୋନା ମୁକ୍ତ କନ୍ଧମାଳ ପାଇଁ ମତାମତ ଦେଇଥିଲେ। ଏବେର ପରିସ୍ଥିତିରେ, ନୀତି ଆୟୋଗ ପକ୍ଷରୁ ଦିଆଯାଇଥିବା ପରାମର୍ଶ ରାଜ୍ୟ ଓ ଜିଲ୍ଲାରେ କାର୍ଯ୍ୟ କାରୀ କରାଗଲେ ସମାଜସେବୀ ଅନୁଷ୍ଠାନ ମାନେ କରୋନା ନିୟନ୍ତ୍ରଣ ରେ ସକ୍ରିୟ ଅଂଶ ଗ୍ରହଣ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ