ଗପିଲେ ମାଗଣାରେ ମିଳିବ ପିଜା
ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମାବାଇଲ୍ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା ହେବାକୁ ବି ସମୟ ଅଣ୍ଟୁନି । ତେଣୁ ଏଭଳି ଏକ ମନ୍ଦ ଅଭ୍ୟାସରୁ ଲାକଙ୍କୁ ଦୂରେଇ ରଖିବା ପାଇଁ କାଲିଫର୍ନିଆର ଏକ ରେଷ୍ଟୁରାଣ୍ଟ ଗାଟିଏ ସର୍ତ୍ତମୂଳକ ଅଫର୍ ଜାରି କରିଛି । ସର୍ତ୍ତାନୁଯାୟୀ, ଏହି ରେଷ୍ଟୁରାଣ୍ଟକୁ ପରିବାରର ୪ ଜଣ ବ୍ୟକ୍ତି କିମ୍ବା ୪ ସାଙ୍ଗ ଏକକାଳୀନ ଆସି ପରସ୍ପରର ସାମ୍ନାସାମ୍ନି ହାଇ ବସିବେ । ଆଉ ସେମାନଙ୍କର ସ୍ମାର୍ଟଫାନ୍କୁ ରେଷ୍ଟୁରାଣ୍ଟର ଏକ ସ୍ୱତନ୍ତ୍ର ଲକର୍ରେ ରଖିବେ । ଲକ୍ରରେ ରଖିବା ପୂର୍ବରୁ ରେଷ୍ଟୁରାଣ୍ଟର କର୍ମଚାରୀ ତାଙ୍କ ଫାନ୍କୁ ଭଲରେ ଅନୁଧ୍ୟାନ କରିବେ ଯେମିତି ସେଗୁଡ଼ିକ ପୁରୁଣା କିମ୍ବା ଖରାପ ହାଇ ନ ଥିବ । କାରଣ ବେଳେବେଳେ ମାଗଣାରେ ପିଜା ଖାଇବା ପାଇଁ କେତେକେ ସେମାନଙ୍କର ଖରାପ କିମ୍ବା ପୁରୁଣା ଫାନ୍କୁ ଆଣି ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଠକି ଦେଇଥାନ୍ତି । ଫାନ୍ ରଖିସାରିବା ପରେ ଗ୍ରାହକ ନିଜ ଇଚ୍ଛା ମୁତାବକ ଖାଦ୍ୟ ଅର୍ଡର କରିଥାନ୍ତି । ଖାଦ୍ୟ ସରିବା ପର୍ଯ୍ୟନ୍ତ ଅନ୍ୟ କେଉଁଆଡେ ନ ଚାହିଁ ପରସ୍ପର ସହ ଅନବରତ ମନଖାଲା କଥା ହେଲେ ଯାଇ ସେମାନଙ୍କୁ ସେମାନଙ୍କ ସ୍ମାର୍ଟଫାନ୍ ଫେରାଇ ଦିଆଯାଏ ଆଉ ୨୪ ଘଣ୍ଟା ଭିତରେ ପୁଣିଥରେ ଉକ୍ତ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଗାଟିଏ ବଡ଼ ପିଜା ନେଇଯିବାକୁ କୁହାଯାଏ । ଗ୍ରାହକ ଚାହିଁଲେ ୨୪ ଘଣ୍ଟା ଭିତରେ ସେଠାକୁ ଆସି ମାଗଣାରେ ପିଜାକୁ ନେଇପାରିବେ ନଚେତ୍ ଅସହାୟ ଲାକଙ୍କୁ ଦାନ କରି ଦେବାକୁ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ କହିପାରିବେ । ଏ ନେଇ ରେଷ୍ଟୁରାଣ୍ଟର ସହସଂସ୍ଥାପକ ବୀରେନ୍ଦ୍ର ମାହ୍ଲି ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାକ୍ରାର ଦେଇ କହିଛନ୍ତି, ଦିନେ ସେ ବି ଏମିତି ମାବାଇଲ୍ ପାଇଁ ପାଗଳ ଥିଲେ । ପରିବାରକୁ ସମୟ ଦେଇ ପାରୁ ନ ଥିଲେ । ପରେ ଏହାର କୁ-ପ୍ରଭାବକୁ ଅନୁଭବ କରି ବହୁ କଷ୍ଟରେ ଏଥିରୁ ମୁକ୍ତି ପାଇଲେ । ତେଣୁ ସେ ଭାବିଲେ, ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଅଧିକାଂଶ ଗ୍ରାହକ ବି ଏମିତି ମାବାଇଲ୍ ମାନିଆ ହାଇଥିବେ । ପରିବାର, ସାଙ୍ଗସାଥୀଙ୍କୁ ସମୟ ଦେଇପାରୁ ନଥିବେ । ତେଣୁ ଏମିତି କିଛି ଉପାୟ ବାହାର କରି ସେମାନଙ୍କୁ ମାବାଇଲ୍ର ଅତ୍ୟଧିକ ବ୍ୟବହାରରୁ ବଞ୍ଚତ୍ତ କରାଇବା ସହ ପରିବାର ତଥା ସାଙ୍ଗସାଥୀଙ୍କୁ କିଛି ସମୟ ପାଇଁ ଏକାଠି କରାଇବେ । ଆଉ ତାଙ୍କ ଉପାୟ ବି ଭଲ କାମ ଦେଲା । ଏବେ ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ସପ୍ତାହକୁ ୪୦/୫୦ଟି ପିଜା ଗ୍ରାହକଙ୍କୁ ମାଗଣାରେ ଦେବାକୁ ପଡୁଛି । ସେହିପରି ଯେଉଁମାନେ ମାଗଣାରେ ମିଳୁଥିବା ପିଜା ନ ନେଇ ଦାନ କରିଦେବାକୁ କହୁଛନ୍ତି, ସେହି ପିଜାକୁ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲାକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି । ମାସକୁ ପ୍ରାୟ ୫୦/୬୦ଟି ପିଜା ଉକ୍ତ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲାକଙ୍କୁ ବଣ୍ଟା ଯାଉଥିବା ସୂଚନା ମଧ୍ୟ ରହିଛି?


