ଘର ଭାଙ୍ଗି ଧାନ ଚାଉଳ ଖାଇଲେ ହାତୀପଲ
ଯୋଡା (ସମୀର କୁମାର ଦାସ) : ଚମ୍ପୁଆ ରେଂଜ ଅନ୍ତର୍ଗତ ବାଲିବନ୍ଧ ଫରେଷ୍ଟ ଜୋନ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ସୁନାଖଣି ସାହିରେ ବିଳମ୍ବିତ ରାତିରେ ହାତୀପଲ ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିବା ଜଣାପଡିଛି । ସୂଚନାନୁଯାୟୀ ଜଣାପଡିଛି ଯେ, ସୋମବାର ରାତି ପ୍ରାୟ ୧ଟା ସମୟରେ ହାତୀପଲ ଉକ୍ତ ଗ୍ରାମର ଜର୍ମାନ ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗିବା ସହିତ ଘରେ ରଖାଯାଇଥିବା ଧାନଚାଉଳ ଖାଇ ଦେଇଥିଲେ । ହାତୀପଲ ଘରର କାନ୍ଥ ଭାଙ୍ଗିଦେବାରୁ , କାନ୍ଥ ପଡି ଘରର ବିଭିନ୍ନ ଆସଭାବପତ୍ର ନଷ୍ଟ ହୋଇଥିବା ଜର୍ମାନ ମୁଣ୍ଡା କହିଛନ୍ତି । ବନବିଭାଗର ସୂଚନାରୁ ଜଣାପଡିଛି ଯେ, ଏହି ହାତୀପଲରେ ସମୁଦାୟ ୧୮ ଟି ହାତୀ ଥିବା ବେଳେ ମଙ୍ଗଳବାର ଏହି ହାତୀପଲ ମିରିଗିସିଙ୍ଗା ଗାଁ ଜଙ୍ଗଲରେ ରହିଛନ୍ତି ।