କୋଭିଡ ଟେଷ୍ଟ ଓ ବେଡ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ଗୃହୀତ
ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟେଷ୍ଟ ଓ ବେଡ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ଗୃହୀତ ହୋଇଛି । କରୋନା ନେଇ ଆଜି ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ଗୃହୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀସ୍ତରୀୟ ବୈଠକ ପରେ ସେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଭୋଭିଡ ଟେଷ୍ଟ ଓ ବେଡ ସଂଖ୍ୟା ବଢାଇବାକୁ ଦିଆଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି । ଦୈନିକ ୧୫ ହଜାର କୋଭିଡ ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋର ଦେଉଛନ୍ତି । କୋଭିଡ ଟେଷ୍ଟ ବଢାଇବାକୁ ପ୍ରାଇଭେଟ ଲ୍ୟାବକୁ ଅନୁମତି ଲାଗି ପ୍ରୟାସ କରାଯାଉଛି । କୋଭିଡ ଟେଷ୍ଟ ପାଇଁ ପ୍ରାଇଭେଟ ଲ୍ୟାବକୁ ଆଇସିଏମଆର ଅନୁମତି ଦେଇଛି । ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ ଓ ୩୧ରୁ ବାରିପଦରେ କୋଭିଡ ଟେଷ୍ଟ ହେବ । କୋଭିଡ ଟେଷ୍ଟ ସଂଖ୍ୟା ବଢାଇବା ଲାଗି ଆବଶ୍ୟକ ମେସିନ ଅଣାଯିବ । ଓଏସଏମସିଏଲ ଦ୍ୱାରା ଆବଶ୍ୟକ ମେସିନ କିଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତ ।
ଏହାଛଡ଼ା ସେ କହିଛନ୍ତି ଯେ, ୨୦୧୩ ଟବାକୋ ଆଇନ ଦୃଢଭାବେ କାର୍ଯ୍ୟ କରିବାକୁ ପ୍ରସ୍ତାବ ରହିଛି । ବାହାରୁ ଆସୁଥିବା ଗର୍ଭବତୀ, ବୟସ୍କ ଓ ଶିଶୁଙ୍କର କୋରାନା ଟେଷ୍ଟ ହେବ । ଏମାନଙ୍କର ଟେଷ୍ଟ ନେଗେଟିଭ ଆସିଲେ ଘରେ ଘରେ ସଙ୍ଗରୋଧରେ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅଯିବ । ଏହାଛଡ଼ା ପ୍ରବାସୀ ଶ୍ରମିକଙ୍କ ଭୋଭିଡ ଟେଷ୍ଟ ନେଗେଟିଭ ହେଲେ ସେମାନଙ୍କ ଘରକୁ ପଠାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।


