ମନ୍ଦିରରେ ହୁଏନି ଠାକୁରଙ୍କ ପୂଜା
ଭାରତରେ କେତେକ ମନ୍ଦିରରେ ରହିଛି ନାନା ରହସ୍ୟ । ଆଧୁନିକ ବିଜ୍ଞାନ ମଧ୍ୟ ଏସବୁ ରହସ୍ୟର ସମାଧାନ କରିବାକୁ ଏପର୍ଯ୍ୟନ୍ତ ସକ୍ଷମ ହାଇ ପାରିନାହିଁ । ଉତ୍ତରାଖଣ୍ଡ ପିଥାରଗଡ଼ ଜିଲ୍ଲାର କସବେଠାରୁ ୬ କିଲୋମିଟର ଦୂର ବଲିତର ପଞ୍ଚାୟତରେ ରହିଛି ମହାଦେବଙ୍କ ଏକ ମନ୍ଦିର । ମନ୍ଦିରକୁ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ତେବେ ଏଠାରେ ପୂଜା କରିବାକୁ ଲୋକେ ଭୟ କରନ୍ତି । ମନ୍ଦିରରେ ପୂଜା କଲେ ଅନିଷ୍ଟ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ । ମନ୍ଦିରକୁ ହାଥିୟା ଦେବାଳୟ କୁହାଯାଏ । ଗ୍ରାମର ବୟସ୍କ ଲୋକେ କୁହନ୍ତି, ଏହି ମନ୍ଦିର ନିର୍ମାଣ କରିଥିବା ବ୍ୟକ୍ତିଙ୍କର ଅନେକ ଅନିଷ୍ଟ ହୋଇଥିଲା । ସେହିପରି ପ୍ରଭୁ ମହାଦେବଙ୍କ ଶ୍ରୀଲିଙ୍ଗ ଗଢ଼ିଥିବା ଶିଳ୍ପୀଙ୍କର ହାତ ନଷ୍ଟ ହୋଇଯାଇଥିଲା । ଶିବଲିଙ୍ଗଟି ବାସ୍ତୁ ଅନୁସାରେ ଭୁଲ୍ ଦିଗକୁ ମୁହଁ କରିଥିବାରୁ ନାନା ଅଘଟଣ ଘଟିଥିଲା । ଏଠାରେ ପୂଜା କଲେ ଠାକୁରଙ୍କ ଆଶୀର୍ବାଦ ବଦଳରେ ଅଭିଶାପ ମିଳେ ବୋଲି ଲୋକେ କୁହନ୍ତି ।