’ମୁକ୍ତିପଥ’ ପୁସ୍ତକର ଲୋକାର୍ପଣ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ସୃଜନଶୀଳ ସାହିତ୍ଯ ଯୁଗେ ଯୁଗେ ପାଠକାଦୃତି ଲାଭ କରି ମାତୃଭାଷାର ସମୃଦ୍ଧି ଘଟାଇବା ସହିତ ଆମ ସଂସ୍କୃତିକୁ ପରିପୁଷ୍ଟ କରେ, ସମାଜକୁ ସକରାତ୍ମକ ବାର୍ତା ପ୍ରେରଣ କରେ ବୋଲି କବି କୈଳାସ ଚନ୍ଦ୍ର ବେହେରାଙ୍କ ତୃତୀୟ ପୁସ୍ତକ “ମୁକ୍ତିପଥ” ପୁସ୍ତକ ଲୋକାର୍ପଣ ଅବସର ରେ ଅତିଥିମାନେ ମତବ୍ଯକ୍ତ କରିଛନ୍ତି। ଆନନ୍ଦପୁର ର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ପ୍ରତିଭା ପ୍ରଣାମ ମଞ୍ଚ ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ଯ ଉତ୍ସବରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ଯିକ ଡକ୍ଟର ରାମଚନ୍ଦ୍ର ନାୟକ ପୌରୋହିତ୍ଯ କରିଥିଲେ।ମୁଖ୍ଯ ଅତିଥି ଭାବେ ନୂଆଦିଲ୍ଲୀ ଲାଲବାହାଦୁର ଶାସ୍ତ୍ରୀ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ଭାଗୀରଥୀ ନନ୍ଦ,ମୁଖ୍ଯ ବକ୍ତା ଭାବେ ଯୋଗାଚାର୍ଯ୍ଯ ବାଇଧର ମୁନି,ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ସାହିତ୍ଯର ବିଭିନ୍ନ ଦିଗ ସଂପର୍କିତ ଆଲୋଚନା କରିଥିଲେ। ମଞ୍ଚର ଆବାହକ ରତ୍ନାକର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ କବି କୈଳାସ ଚନ୍ଦ୍ର ବେହେରା ପୁସ୍ତକ ସଂପର୍କରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ ଶରତ କୁମାର ରାଉତଙ୍କ ସଭାପତିତ୍ବରେ ଦୀପ୍ତି ଦେବଦର୍ଶନୀ ସୁତାର ଓ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ କବି ମୁରଲୀଧର ବେହେରା,ଅନନ୍ତ ମୁଦୁଲି, ନାରାୟଣ ସାହୁ, ଅର୍ଜୁନ ଚରଣ ବେହେରା, ଗୋବର୍ଦ୍ଧନ ନାୟକ, ରାମଚନ୍ଦ୍ର ଜେନା, ସୁରେନ୍ଦ୍ରନାଥ ଜେନା, ସାବିତ୍ରୀ ଦାସ, ଚତୁର୍ଭୁଜ ଜେନା, ତ୍ରିଲୋଚନ ସା, ଦଶରଥ ସାହୁ,ଚତୁର୍ଭୁଜ ପହି, ଅଭୟ ସାମଲ, ଅନୀଲ ସାହୁ, ସ୍ବର୍ଣ୍ଣଲତା ପୁହାଣ, ଗଂଗାଧର ପୁହାଣ, ଅନନ୍ଯା ରାଉତ, ସ୍ନିଗ୍ଧା ପ୍ରିୟଦର୍ଶିନୀ ନାୟକ, ରୋଜାଲିନ ରାଉତ ପ୍ରମୁଖ କବିତା ଆବୃତି କରିଥିଲେ। କମଳିନୀ ବେହେରା, ସାଇସଂପନ୍ନା ବେହେରା, ଶିବାଅଂଶ ବେହେରା, ଶ୍ରେୟାଅଂଶ ବେହେରା, ପ୍ରଶାନ୍ତ ବେହେରା ଓ ସୁଶାନ୍ତ ବେହେରା ଓ ବନ୍ଦିତା ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


