ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଦିଲ୍ଲୀବାସୀ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ :ଲକ୍‌ଡାଉନ୍‌ ଏବଂ ଦିଲ୍ଲୀରେ କରୋନା ସମସ୍ୟାକୁ ନେଇ ଏକ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ବାସୀ ଲକ୍‌ଡାଉନ୍‌କୁ ସମର୍ଥନ କରୁଥିବା ବେଳେ ସ୍କୁଲ, ସିନେମା ହଲ୍‌ ଏବଂ ସେଲୁନ୍‌ ବନ୍ଦ କରିବା ସପକ୍ଷରେ ଅଛନ୍ତି ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ଦିଲ୍ଳୀର ଦୋକାନ ବଜାର ଖୋଲିବା ନିମନ୍ତେ ପ୍ରାୟ ୫ ଲକ୍ଷ ଅନୁରୋଧ ଆସିଛି । ଏହାକୁ ବିଚାର କରାଯାଉଛି ଏବଂ ଆଗାମୀ ଦିନରେ ଦିଲ୍ଲୀରେ ଅଡ୍‌ ଇଭିନ୍‌ ପ୍ରକ୍ରିୟାରେ ଦୋକାନ ଖୋଲାଯିବ । ବାହାରର ଦୋକାନ ଖୋଲିବା ଉପରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ସପିଂ ମଲ୍‌ ଏବଂ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ଏହି ଅଡ୍‌ ଇଭିନ୍‌ ବ୍ୟବସ୍ଥା ଲାଗୁ କରିବାର ବିଚାର କରାଯାଉଛି ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ