କାର୍ଗୋ ବାଇ-ସାଇକେଲ୍

 

ସାଇକେଲ ନିର୍ମାତା କମ୍ପାନୀ ସିଇଆର୍ଓ ଦ୍ୱାରା ଏକ ସାଇକେଲ ନିର୍ମାଣ କରାଯାଇଛି । ଯେଉଁଥିରେ ଓଜନ ଥିବା ଜିନିଷ ଅତି ସହଜରେ ନିଆଯାଇପାରିବ । ଅଧିକ ଥିବା ଜିନିଷ ବହୁ କଷ୍ଟରେ ଆମେ ହାତରେ ନେଉ କିନ୍ତୁ ଓଜନ ଜିନିଷ କିମ୍ବା ମାସକର ଜିନିଷ ଆଣିବା ଆମ ପାଇଁ କଷ୍ଟକର ହୋଇଯାଏ । ଏଥପାଇଁ ଦୋକାନୀ ସାଇକେଲ କିମ୍ବା ବାଇକ୍ରେ ଜିନଷ ଆମ ଘରେ ପହଁଞ୍ଚାଇ ଦେଇଥାଏ । କିନ୍ତୁ ଏଥିରେ ଦୁଇଟି ଜିନିଷ ଅସୁବିଧା ହୁଏ । ପ୍ରଥମେ ସାଇକେଲରେ ଅଧିକ ଓଜନର ଜିନିଷ ବହୁତ ଦୂର ପର୍ଯ୍ୟନ୍ତ ପହଞ୍ଚିବାକୁ କଷ୍ଟ ହୋଇଥାଏ । ବାଇକ୍ରେ ଜିନିଷ ପହଞ୍ଚାଇବାକୁ ଅଧିକ ଟଙ୍କା ନିଏ । ଏହି ସମସ୍ୟା ଏବେ ଶୀଘ୍ର ଦୂର ହୋଇଯିବ । ଏହି କାର୍ଗୋ ବାଇସାଇକେଲର ନିର୍ମାଣ କରାଯାଇଛି ଯାହା ଚାର୍ଜରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଲସ୍ ଏଞ୍ଜେଲ୍ସ କାଲିର୍ଫୋନିଆସ୍ଥିତ ସାଇକେଲ ନିର୍ମାତା କମ୍ପାନୀ ସିଇଆର୍ଓ ଏହି ବାଇସାଇକେଲ ତିଆରି କରିଛି । ଓଜନ ଜିନିଷକୁ ଅତି ସହଜରେ ନେବା ପାଇଁ ଏହା ଏକ ବହୁତ ଭଲ ବିକଳ୍ପ ବୋଲି ସିଇଆର୍ଓ କମ୍ପାନୀ ମତ ଦେଇଛି । ଏହା କୌଣସି ପ୍ରକାର ପ୍ରଦୂଷଣ ହେବ ନାହିଁ । ଏହି ବାଇସାଇକେଲରେ ସାଧାରଣ ସାଇକେଲ ପରି ଏଥିରେ ପେଡ଼ାଲ ଲଗା ହୋଇଛି କିନ୍ତୁ ଏହି ପେଡ଼ାଲରେ ଅସ୍ତି ଟେକ୍ନୋଲଜିର ସହାୟତାରେ ଇଲେକଟ୍ରିକ୍ ମୋଟର ଦ୍ୱାରା ଚଲାଯାଇପାରିବ । ଇକାର୍ଗୋ ବାଇସାଇକେଲରେ ପାଖାପାଖି ୧୩୬ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ନିଆଯାଇପାରିବ । ଏହି ବାଇସାଇକେଲରେ ୫୦୪-ୱାର୍ଟର ବ୍ୟାଟେରୀ ଲଗାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ