ବନ୍ତରେ ନୂଆ କରୋନା ପଜେଟିଭ୍ ଚିହ୍ନଟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଟି.ଏମ୍‌.ସି(ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଜଣେ ନୂଆ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଆକ୍ରାନ୍ତଙ୍କ ଠାରୁ ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଇଥିଲା । ଗୁରବାର ସକାଳେ ସ୍ୱାସ୍ଥ୍ୟ ବିଭାଗ ଦଳ ଟି.ଏମ୍‌.ସିରେ ପହଞ୍ôଚ ସଂପୃକ୍ତ ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନେଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ଗତ ୯ ତାରିଖରେ ସଂପୃକ୍ତ ଆକ୍ରାନ୍ତ ଜଣକ କର୍ଣ୍ଣାଟକରୁ ଆସି ଗୋବିନ୍ଦପୁର ଟି.ଏମ୍‌.ସିରେ ରହିଥିଲେ । ଆସିବା ବେଳେ ଭଣ୍ଡାରିପୋଖରୀରେ ତାଙ୍କ ସ୍ୱାବ୍ ପରୀକ୍ଷା ପାଇଁ ନିଆଯାଇଥିଲା । ଆକ୍ରାନ୍ତଙ୍କୁ ଭଦ୍ରକ ନିଆଯିବା ପରେ ଟି.ଏମ୍‌.ସି ପରିସରକୁ ସାନିଟାଇଜ୍ କରାଯାଇଛି । ଏହି ସମୟରେ ନୋଡାଲ ଅଫିସର ରାଜେନ୍ଦ୍ର କୁମାର ବେହେରା ଓ ସରପଞ୍ଚ ତିଳୋତ୍ତମା ବାରିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ