ବାଇକ୍ ଧକ୍କାରେ ପତିପତ୍ନୀ ଗୁରୁତର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ନିଳୋକ ଗ୍ରାମର ନିରାକର ପଣ୍ଡା(୫୫) ଓ ତାଙ୍କ ପତ୍ନୀ ଉଷାରାଣୀ ପଣ୍ଡା(୫୦) ରବିବାର ଅପରାହ୍ନ ସମୟରେ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି । ପ୍ରକାଶ ଯେ, ରବିବାର ଅପରାହ୍ନ ସମୟରେ ନିରାକର ନିଜ ପତ୍ନୀକୁ ସାଥିରେ ଧରି ଏକ ସ୍କୁଟି ଯୋଗେ ନିଜ ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ୧୬ନଂ.ଜାତୀୟ ରାଜପଥର କହରାପୋଖରୀ ପେଟ୍ରୋଲ ପମ୍ପ ନିକଟରେ ପଛ ପାଖରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ପତିପତ୍ନୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଉଭୟ ପତିପତ୍ନୀ ଚିକିତ୍ସାଧିନ ଥିବା ବେଳେ ସ୍ୱାମୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ôଚ ଉଭୟ ବାଇକକୁ ଜବତ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ