ପଶ୍ଚିମବଙ୍ଗରୁ ନିଖୋଜ ନାବାଳିକା ଉଦ୍ଧାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ସେଣ୍ଡତୀରା ଅଞ୍ଚଳର ଜଣେ ନାବାଳିକା ଗତ ୯ ତାରିଖ ରାତିରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରାଯାଇ ସମ୍ପୃକ୍ତ ନାବାଳିକାକୁ ପଶ୍ଚିମବଙ୍ଗ ରାଜ୍ୟରୁ ଶୁକ୍ରବାର ଉଦ୍ଧାର କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୯ ତାରିଖ ରାତିରେ ସେଣ୍ଢତୀରା ଅଞ୍ଚଳର ଜଣେ ନାବାଳିକା ଘରୁ ନିଖୋଜ ହୋଇଥିବା ବେଳେ ପରିବାର ଏବଂ ସମ୍ପର୍କୀୟ ମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ଠାବ କରିପାରିନଥିଲେ । ସେହି ଗ୍ରାମର ଜଣେ ବ୍ୟକ୍ତି ନାବାଳିକାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ପ୍ରଲୋଭିତ କରି ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ତଦନ୍ତ କରାଯାଇ ପିଡିତାଙ୍କୁ ସଫଳତାର ସହ ଉଦ୍ଧାର କରାଯିବା ସହ ଅପହରଣକାରୀଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି । ପିଡିତା ନାବାଳିକା ହୋଇଥିବା ବେଳେ ଅଭିଯୁକ୍ତଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବାରୁ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପିଡିତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏନେଇ ପୋଲିସ ଗତ ୧୦ ତାରିଖରେ ୧୫୬/୨୬ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।


