ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୦୦୦୦ ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଏହି ମହତ କାର୍ଯ୍ୟ ରେ ଭଞ୍ଜନଗର ବସଷ୍ଟାଣ୍ଡ ରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀ ଆକୁଳ ପଲେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୦୦୦୦ ଟଙ୍କା ର ଡ୍ରାଫ୍ଟ କୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ମାଧ୍ୟମରେ ରେ ପ୍ରଦାନ କରିଛନ୍ତି। ଆକୁଳ ପଲେଇ ଭଞ୍ଜନଗର ଏନ୍ ଏ ସି ର ୫ ନମ୍ବର ୱାର୍ଡ ରେ ରହୁଥିବା ବେଳେ କରୋନା ଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସହାୟତା କରି ସହଯୋଗ ର ହାତ ବଢ଼ାଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ