ରାଜ୍ୟରେ ନୂଆ ୪୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ନୂଆ ୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨, ବାଲେଶ୍ବରରୁ ୧୨, ପୁରୀରୁ ୧୦ ଓ ଭଦ୍ରକରୁ ୬ ଜଣ ନୟାଗଡରୁ ୩, ଯାଜପୁରରୁ ୨, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି । ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ ୫୧୧ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୧୬୬ ଜଣ। ମୃତ୍ୟୁବରଣ କରିଛନ୍ତି ୩ ଜଣ।
ସେହିପରି ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସର୍ବାଧିକ ୨୬୪ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ୧୦୨, ଯାଜପୁରରେ ୯୦, ଭ୍ରଦକରେ ୪୬, ସୁନ୍ଦରଗଡରେ ୨୬, କେନ୍ଦ୍ରାପଡାରେ ୨୨, ପୁରୀରେ ୧୪, ନୟାଗଡ ଓ କଟକରେ ଆକ୍ରାନ୍ତଙ୍କସଂଖ୍ୟା ୪ କୁ ବୃଦ୍ଧି ହୋଇଥିବାବେଳେ ଦେବଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୨ କୁ ବୃଦ୍ଧି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ