୨ ବର୍ଷର ଅସୁସ୍ଥ ପୁତ୍ର କୁ ଛାଡି କରୋନାରେ ଯୁଦ୍ଧ କରୁଛନ୍ତି ସ୍ୱାମୀ ସ୍ତ୍ରୀ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ତଥା କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲଢେଇ ଜାରି ରଖି ଲକଡାଉନ ବୃଦ୍ଧି କରୁଥିବା ବେଳେ ମାତ୍ର ୨ ବର୍ଷର ପୁତ୍ରସନ୍ତାନଙ୍କୁ ଛାଡି ସ୍ୱାମୀ ଜଗନ ପ୍ରଧାନ ଓ ସ୍ତ୍ରୀ ସିତାମଣୀ ଭୁୟାଁ । ସିତାମଣୀ ଭୁୟାଁ ଜଣେ ଷ୍ଟାଫ୍ ନର୍ସ । ସେ ଚୁକ୍ତିଭିତିକ ନର୍ସଭାବେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୧୫ରୁ କାର୍ଯ୍ୟରତ ଅଛନ୍ତି । ତାଙ୍କ ସ୍ୱାମୀ ଅଗ୍ନିଶମ ବିଭାଗରେ ଖଣ୍ଡଦେଉଳୀରେ କାର୍ଯ୍ୟରତ ରହିଛନ୍ତି । ଏପରି ସ୍ଥଳରେ ୨ ଜଣଙ୍କର ପ୍ରେମ ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି ଯାହାର ବୟସ ମାତ୍ର ୨ ବର୍ଷ । ପୁଅକୁ ବାପା ଘରେ ଗଜପତି ଜିଲ୍ଲା ମଣ୍ଡଳସାହୀ ନିକଟସ୍ଥ ସାନପୁତୁରା ଗାଁରେ ଛାଡି କରୋନା ପାଇଁ ଲଢୁଛନ୍ତି ମା ଓ ବାପା । କିନ୍ତୁ ଦୁଃଖର ବିଷୟ ଗଞ୍ଜାମ ଜିଲ୍ଲା ରେଡ ଜୋନ ହୋଇଥିବା ଯୋଗୁଁ କୌଣସି ବ୍ୟକ୍ତିଙ୍କୁ ଗଜପତି ଜିଲ୍ଲାକୁ ପ୍ରବେଶ କରି ଦିଆଯାଉନି । ଯାହା ଫଳରେ ଗତ ୧୨ ତାରିଖ ଦିନ ପୁଅର ଦେହ ବହୁତ ଅସୁସ୍ଥ ଥିବାରୁ ପୁଅକୁ ନେବାପାଇଁ ଗଜପତି ଆସୁଥିବା ବେଳେ କାର୍ଯ୍ୟରତ ଷ୍ଟାଫ୍ ନର୍ସଙ୍କୁ ଛଡା ଗଲାନି କମଳାପୁର ଗେଟରେ । ରାତ୍ର ୧୦.୩୦ ମି ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଗୋଡହାତ ଧରି ନେହୁରା ହେଲେ ମଧ୍ୟ କେହିଁ ଶୁଣିଲେନି ଗୁହାରୀ ଯାହା ଫଳରେ ୧୪ ତାରିଖ ପାଟପୁର ତହସିଲଦାରଙ୍କ ଠାରୁ ଲିଖିତ ଭାବେ ପାସ ନେଇ ଆସିବାରୁ ତାଙ୍କୁ ଛଡାଯାଇଥିଲା । ସେ ଗାଁରେ ପହଂଚି ନିଜ ପୁଅ ବହୁତ ଅସୁସ୍ଥ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ନେଇ ରହୁଥିବା ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ନେଇ ପୁଅକୁ ଚିକିତ୍ସା କରୁଛନ୍ତି । ଏପଟେ ନିଜ କାର୍ଯ୍ୟର ଦାୟିତ୍ୱ ତୁଲାଇବା ସହ ୨ ବର୍ଷର ଅସୁସ୍ଥ ପୁଅକୁ ମଧ୍ୟ ସେବା କରୁଛନ୍ତି ସିତାମଣୀ ଭୁୟାଁ । ସେଦିନ ନିଜ ପାଖରେ ମେଡିକାଲର ଥିବା କରୋନା ଡ୍ୟୁଟିର ପାସକୁ ଦେଖାଇଥିଲେ କିନ୍ତୁ ଗେଟରେ ଜଗିଥିବା କର୍ମଚାରୀମାନେ ଏତେ ନିର୍ଦୟ ହୋଇ ପଡିଲେ ଯେ ତାଙ୍କୁ ଛାଡି ନଥିଲେ । ଯଦି ତାଙ୍କ ପୁଅର କିଛି ହୋଇଯାଆନ୍ତା ତାହା ହେଲେ ସେ ଆଜି ଭାଙ୍ଗିପଡିଥାନ୍ତେ ଅନ୍ୟପଟେ ସରକାର ବାରମ୍ବାର ଘୋଷଣା କରୁଛନ୍ତି ଯେ ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ ଏମାନଙ୍କୁ ଦୁ ବ୍ୟବହାର ନଦେଖାଇ ସହଯୋଗର ହାତବଢାଇ ସହଯୋଗ କରିଲେ ରାଜ୍ୟରୁ କରୋନା ମୁକ୍ତ ହେବ ବୋଲି ପ୍ରଚାର କରୁଥିବା ବେଳେ ଏପରି କରୋନା ଯୁଦ୍ଧାଙ୍କୁ ନିଜ ପୁଅକୁ ଆଣିବାପାଇଁ ନଛଡା ଯାଇ ରାତ୍ର ୨ ଘଂଟାକାଳ ଅପେକ୍ଷା କରାଇ ଫେରାଇ ଦିଆଯାଇଥିବା ଏହା କେତେ ଦୁର ଠିକ ତାହା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ