ପୁରୀ ଅଭିମୁଖେ ବାହାରିଲେ ଛତ୍ରପୁର କଳାବିକାଶ କେନ୍ଦ୍ର ନୃତ୍ୟ ପ୍ରତିନିଧି ଦଳ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ): ଛତ୍ରପୁରଠାରେ କଳା ବିକାଶ କେନ୍ଦ୍ରର ନୃତ୍ୟ ପ୍ରତିନିଧି ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରୀଠାରେ ଅଭିନୟ ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ତିନିଦିନିଆ ଇଂଟରନ୍ୟାସନାଲ ପୁରୀ ଡ୍ୟାନ୍ସ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ଟାରେ ଛତ୍ରପୁର କଳାବିକାଶ କେନ୍ଦ୍ରର ସିନିୟର ଓ ଜୁନିଅର ବର୍ଗର ନୃତ୍ୟ ପ୍ରତିନିଧି ଦଳ ଗୁରୁ ଅଳକା ସାହୁୂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି । ଆଜି ସେଠାରେ ସିନିଅର ବର୍ଗରେ ଦେବୀ କୁମାରୀ ଶିବାଙ୍ଗୀ, ସ୍ମୃତି,ସନ୍ଧ୍ୟା, ଅଙ୍କିତା, ପ୍ରିୟା, ଆଶା, ରୋସିନି, କେଶବ ଓ ସାଗର ମହିଷାସୁର ବଧ ଦୁର୍ଗା ତାଣ୍ଡବ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଜୁନିଅର ବର୍ଗରେ ପ୍ରତୀକ୍ଷା, ରୋସନି, ସମାପିକା, ସାଶ୍ୱତିକା, ସିମନ, ସ୍ଥିତି, ଆଦିତ୍ୟ, ଅନୁଶ୍ରୀ, ଅଂଶୁଜା, ଛବିନା, ଶିଳ୍ପିକା ପ୍ରମୁଖ ଦଶାବତାର ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଅଳକା ସାହୁଙ୍କ ନେତୃତ୍ୱରେ ଅଲ ଇଣ୍ଡିଆ ସ୍ତର ରେ ୧୦୮ଟି ପ୍ରତିଯୋଗିତାରେ କଳାବିକାଶ କେନ୍ଦ୍ରର ଏହି ନୃତ୍ୟ ପ୍ରତିନିଧି ଦଳର ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ବହୁ ସୁନାମ ଅର୍ଜନ କରିଛନ୍ତି।


