ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରଖେ ଏହି ୱାଟର ଫଲ୍

ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଭଦୈୟା କୁଣ୍ଡ ୱାଟର ଫଲ୍ । ବିଶ୍ୱାସ ରହିଛି ଏଠାରେ ସ୍ନାନ କରୁଥିବା ଦମ୍ପତ୍ତି ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରହିଥାଏ । ସେଥିପାଇଁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ । ତେବେ ଏଠାରେ ବର୍ଷା ଦିନେ ଅଧିକ ଗହଳି ହୋଇଥାଏ । ଦାମ୍ପତ୍ୟ ଜୀବନରେ ବିବାଦ ଲାଗିରହିଥିବା ଅନେକ ଦମ୍ପତ୍ତିି ଏଠାରେ ସ୍ନାନ କରି ସୁଫଳ ପାଇଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । ପଥର ଚଟାଣ ତଳୁ ଆସୁଥିବା ଏକ ପାହାଡ଼ି ଝରଣାରୁ ଏହି ୱାଟରଫଲ୍ ସୃଷ୍ଟି ହୋଇଛି । ଖରାଦିନେ ଏଥିରେ ଖୁବ୍ କମ୍ ପାଣି ଥାଏ । ମାତ୍ର ବର୍ଷା ଦିନେ ଝରଣାର ଜଳସ୍ରୋତ ଅଧିକ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ