କେନ୍ଦ୍ରାପଡା କଲେଜରେ ସ୍ୱାଧୀନତା ଦିବସ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀ, କ୍ୟାପଟେନ ସୀମା ମହାନ୍ତି, ଡ. ଦିପ୍ତୀ ରାୟ, ବିକାଶ ନାୟକ, ସୁବ୍ରତ ପାତ୍ର, ମନୋଜ ପ୍ରଧାନ, ସୋନାଲିକା ମହାନ୍ତି, ଅଧ୍ୟାପକ ପ୍ରମୋଦ କୁମାର ବେହେରା ପ୍ରମୁଖଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।


