ଭାତ ଥାଳିକୁ ଗୋଡରେ ଠେଲି ଦିଆଯାଏ ଖାଇବାକୁ

ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି । ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି । ଇତିହାସ କହେ ୧୫୭୬ରେ ହଳଦିଘାଟ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ ସହଯୋଗୀମାନେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ନିଜ ସେବକମାନଙ୍କ ସହ ହିମାଳୟ ପାଦଦେଶକୁ ପଠାଇ ଦେଇଥିଲେ । ବହୁ ବାଟ ବୁଲି ବୁଲି ଏମାନେ ନେପାଳ ସୀମାରେ ଥିବା ଉତ୍ତର ପ୍ରଦେଶ ତରାଇ ଅଞ୍ଚଳରେ ପହଞ୍ଚିଥିଲେ । ଆଉ ସେହିଠାରେ ହିଁ ସେମାନେ ରହିବାକୁ ଲାଗିଲେ । ରାଜସ୍ଥାନରୁ ଆସିଥିବାରୁ ଏମାନଙ୍କୁ ଥାରୁ ବୋଲି କୁହାଗଲା । ସୁରକ୍ଷା ଦୃଷ୍ଟିରୁ ଏହି ମହିଳାମାନେ ସେମାନଙ୍କ ସେବକ ଓ ସୈନିକଙ୍କୁ ବିବାହ କରିନେଲେ । ହେଲେ ଏହି ମହିଳାମାନେ ନିଜ କୁଳିନ ପ୍ରବୃତ୍ତି ବା ରାଜକୀୟ ଢଙ୍ଗକୁ ଛାଡିପାରିଲେନି । ନିଜ ଅହଂକାରକୁ ବଜାୟ ରଖିବାକୁ ଏମାନେ ଯେତେବେଳେ ବି ପୁରୁଷମାନଙ୍କୁ ଖାଇବା ପରସନ୍ତି ତା’ପରେ ଥାଳିଟିକୁ ଗୋଡରେ ଠେଲି ଦେଇ ନିଜର ଅହଂକାରକୁ ପୂରଣ କରନ୍ତି ବୋଲି ଇତିହାସ କୁହେ । ଏବେ ଧୀରେ ଧୀରେ ଏହା ପରମ୍ପରାରେ ପରିଣତ ହୋଇଯାଇଛି । ହେଲେ ଏହି ପରମ୍ପରାକୁ କେତେକ ପାଳନ କରୁଥିବାବେଳେ ଅନ୍ୟ କେତେକ ପାଳନ କରୁନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ