ପରିବାରର ସଦସ୍ୟ ପାଲଟିଲା ଗଛ

ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ । ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ ଆମେ ଏହା କରିବାକୁ ପଛାଇ ନ ଥାଉ । କିନ୍ତୁ ଏପରି ଗୋଟେ ପରିବାର ଅଛି, ଯିଏକି ଗଛ ନ କାଟି ତା’ ସହ ରହିବାକୁ ପସନ୍ଦ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ । ଯେଉଁଠାରେ ଘର କରିବା ପାଇଁ ପରିବାର ଲୋକ ଗଛ ନ କାଟି ଗଛରେ ହିଁ ଘର କରି ରହୁଛନ୍ତି । ଘର ନର୍ମାଣ ସମୟରେ ଗଛ କାଟିବା ବଦଳରେ ତାକୁ ନିଜ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି । ୧୯୯୪ରୁ ଘରେ ରହିଛି ଏହି ଗଛ । ଜବଲପୁରରେ ଯେ କୌଣସି ଲୋକଙ୍କୁ ଏହି ଘର ବିଷୟରେ ପଚାରିବେ ତାହା ସମସ୍ତଙ୍କୁ ଜଣାଥିବ । ସେହି ଘରକୁ ପୁରାପୁରି ଅଶ୍ୱସ୍ତ ଗଛ ଢାଙ୍କିକି ରହିଛି । ଯୋଗେସ କେସରବାନି ନାମକ ବ୍ୟକ୍ତି ପୂରା ପରିବାର ସହ ସେଠାରେ ରହୁଛନ୍ତି । ତାଙ୍କ କହିବା ଅନୁସାରେ ୧୯୯୪ରୁ ସେଠାରେ ଅଶ୍ୱସ୍ତ ଗଛ ରହିଛି । ଘର ତିଆରି କରିବା ସମୟରେ ଯୋଗେସଙ୍କ ମାଆବାପା ଜଣେ ଇଞ୍ଜିନିୟରଙ୍କୁ ଡାକି ଏହି ଘର ତିଆରି କରିଥିଲେ ।ଯୋଗେସ କୁହନ୍ତି, ତାଙ୍କ ମା’ବାପା ପ୍ରକୃତିକୁ ବହୁତ ଭଲ ପାଆନ୍ତି । ଘର ତିଆରି ସମୟରେ ହିଁ ତାଙ୍କ ବାପା ଗଛ ନ କାଟିବା ପାଇଁ ନିଷ୍ପତି ନେଇଥିଲେ । ଏବେ ସେହି ଗଛକୁ ୧୫୦ ବର୍ଷ ହୋଇସାରିଛି । ଗଛଟିକୁ କାଟିବା ବହୁତ ସହଜ କିନ୍ତୁ ଏହାକୁ ବଢ଼ାଇବା ବହୁତ କଷ୍ଟ ବୋଲି ସେ କୁହନ୍ତି । ଗଛ ଏବେ ଯୋଗେସଙ୍କ ପରିବାର ସଦସ୍ୟ ହୋଇଯାଇଛି । ଏହି ଗଛ ଯୋଗୁ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆସି ବସା ବାନ୍ଧିଛନ୍ତି । ଏହି ଗଛ ଲୋକମାନଙ୍କୁ ଆକର୍ଷିତ କରିଥାଏ । ବାଟରେ ଯାଉଥିବା ଲୋକେ ଗଛ ସହ ସେଲଫି ମଧ୍ୟ ଉଠାଇଥାନ୍ତି । ତେବେ ଗଛ ନ କାଟି ଏଭଳି ଭାବେ ପ୍ରକୃତିକୁ ରକ୍ଷା କରାଯାଇପାରିବ ବୋଲି ଯୋଗେଶ ଭାବନ୍ତି । ଘର ତିଆରି ହେଲା ପରେ କିଛି ଇଞ୍ଜିନିୟରିଂ ଛାତ୍ର ସେହି ସ୍ଥାନକୁ ଆସି ଘରର ଡିଜାଇନ ବିଷୟରେ ଅଧ୍ୟୟନ କରିଛନ୍ତି । ଏହି ଗଛ ପାଇଁ ପରିବାରକୁ କୌଣସି ଅସୁବିଧା ହୁଏ କି ବୋଲି ଛାତ୍ରମାନେ ପଚାରନ୍ତି । ଆଉ ଏହାର ଉତ୍ତରରେ ଯୋଗେସ କୁହନ୍ତି ଏଠାରେ ଗଛ ଅଛି ବୋଲି ଆମକୁ ଜଣାପଡ଼େ ନାହିଁ । ତେବେ ଜବଲପୁରରେ ଥିବା ଏହି ଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ