ଏନ୍‌ଏମ୍‌ଡିସି ପକ୍ଷରୁ କୋଭିଡ୍‌-୧୯ ପ୍ରତିଷେଧକ ପାଇଁ ପ୍ରୟାସ

ଭୁବନେଶ୍ୱର : ସମ୍ପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମହାମାରୀ ସୃଷ୍ଟି କରିଛି । ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରେ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକାକୁ ଏନ୍‌ଏମ୍‌ଡିସି ପାଳନ କରାଯାଇ ପ୍ରତିଷେଧକମୂଳକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହାର ମୁଖ୍ୟାଳୟ, ପ୍ଲାଂଟ୍ ଏବଂ କାର୍ଯ୍ୟାଳୟରେ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟାଳୟରେ କର୍ମଚାରୀଙ୍କର ଥର୍ମାଲ୍ ସ୍କ୍ରାନିଂ,ସାନିଟାଇଜର ବ୍ୟବହାର, ମାସ୍କ୍ ବ୍ୟବହାର ସହିତ ଭିଜିଟରଙ୍କ ପାଇଁ ସତର୍କ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବ୍ୟାନର, ହୋର୍ଡିଂ, ଇଲୋକ୍ଟ୍ରନିକ୍ସ୍ ବୋର୍ଡ ଆଦି ମାଧ୍ୟମରେ ସଚେତନତା ବାର୍ତା ଏହାର ବଇଲାଡିଲା ଲୁହାପଥର ଖଣି, ଛତିଶଗଡ଼ର ନାଗରନାରସ୍ଥିତ ଷ୍ଟିଲ୍ ପ୍ଲାଂଟ୍‌, କର୍ଣ୍ଣାଟକ ସ୍ଥିତ ଡୋନିମାଲାଇ ଲୁହାପଥର ଖଣି ଏବଂ ପ୍ଲାଂଟ୍ ଏବଂ ମଧ୍ୟପ୍ରଦେଶର ପାନ୍ନା ସ୍ଥିତ ଡାଇମଣ୍ଡ ଖଣି ପ୍ରକଳ୍ପର ମୁଖ୍ୟାଳୟ, ପ୍ଲାଂଟ୍ ଏବଂ କାର୍ଯ୍ୟାଳୟରେ ପ୍ରଦର୍ଶିର୍ତ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବାକୁ ଏନ୍‌ଏମ୍‌ଡିସିର ମୁଖ୍ୟାଳୟ, ପ୍ଲାଂଟ୍ ଏବଂ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଉଛି । ସମସ୍ତ ବୈଠକକୁ ବନ୍ଦ କରାଯାଇଛି । ଆବଶକସ୍ଥଳେ ୱେବ୍ ଏବଂ ଭିଡ଼ିଓ କନଫରେନ୍ସିଂର ସହାୟତା ନିଆଯାଉଛି । କୋଭିଡ୍‌-୧୯ ସଙ୍କଟ ସମୟରେ ଏନ୍‌ଏମ୍‌ଡିସି ପକ୍ଷରୁ ଏହା ଠିକା, ଦୈନିକ ଦରମା ପାଉଥିବା କର୍ମଚାରୀ ଏବଂ ଟ୍ରେନିଂଙ୍କୁ ୧ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଏନ୍‌ଏମ୍‌ଡିସି କାର୍ଯ୍ୟାଳୟ, ଖଣି, ଟାଉନଶିପ୍ ଏବଂ ନିକଟସ୍ଥ ଗ୍ରାମରେ ସଚେତନତା ସୃଷ୍ଟି କରାଯିବା ୫୦,୦୦୦ ପରିବାରଙ୍କୁ ସାବୁନ ବିତରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଏବଂ ଦୀପ ପ୍ରଜ୍ୱଳନ ଅଭିଯାନକୁ ଏନ୍‌ଏମ୍‌ଡିସି ପକ୍ଷରୁ ସମର୍ଥନ କରାଯାଇଛି । ସଚେତନତା ସୃଷ୍ଟି ପାଇଁ ଏନ୍‌ଏମ୍‌ଡିସି ପକ୍ଷରୁ ମାସ୍ ଇ-ମେଲର୍‌, ଏସ୍‌ଏମ୍‌ଏସ୍‌, ପୋଷ୍ଟର, ଷ୍ଟିକର, ଟିଭି ଡିସପ୍ଲେ, ଅଫିସିଆଲ୍ ହ୍ୱାଟସ୍‌ଅପ୍ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପିଏମ୍ କେୟାର୍ସ ଫଣ୍ଡ୍‌କୁ ଏନ୍‌ଏମ୍‌ଡିସି ପକ୍ଷରୁ ୧୫୫ କୋଟି ଟଙ୍କା ଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଏନ୍‌ଏମ୍‌ଡିସି କର୍ମଚାରୀ ନିଜର ଗୋଟିଏ ଦିନର ଦରମା ମୋଟ ୧.୨୫ କୋଟି ଟଙ୍କା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନ କରିଛନ୍ତି । କୋଭିଡ୍‌-୧୯ ମହାମାରୀ ସହିତ ଲଢ଼େଇ ପାଇଁ କର୍ଣ୍ଣାଟକର ବଲାରି ଜିଲ୍ଲାକୁ ୬୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।
ଏହା ସହିତ ହାଇଦ୍ରାବାଦ୍ ପୋଲିସ କମିଶନରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ପିପିଇ ଏବଂ ଅନ୍ୟ ସୁରକ୍ଷା ଉପକରଣ କାର୍ଯ୍ୟରତ ପୋଲିସଙ୍କ କର୍ମଚାରୀଙ୍କ ପାଇଁ ଯୋଗାଇ ଦିଆଯାଇଛି । ଦନ୍ତେୱାଡ଼ାର ମାଓବାଦୀ ପ୍ରବଣ ଅଂଚଳରେ ଜାନଜାତି ମହିଳାଙ୍କୁ ମାସ୍କ୍‌, ସାନିଟାଇଜର ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଇତିମଧ୍ୟରେ ଏକ ଲକ୍ଷ ମାସ୍କ୍ ତିଆରି ହୋଇ ସାରିଛି । ବଇଲାଡିଲା ଲୁହାପଥର ଖଣିରେ କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ସାନିଟାଇଜେଶନ କାର୍ଯ୍ୟ କରାଯାଇଛି । ଛତିଶଗଡ଼ର ବାଚେଲିସ୍ଥିତ ଏନ୍‌ଏମ୍‌ଡିସି ଆପୋଲୋ ହସ୍ପିଟାଲକୁ ଲେବୁଲ୍‌-୨ କୋଭିଡ୍ ହସ୍ପିଟାଲ କରାଯାଇଛି । ଲକ୍‌ଡାଉନ୍ ସମୟରେ ଟାଉନ୍‌ଶିପ୍ ଅଂଚଳରେ କ୍ଷୀର ଯୋଗାଣ ପାଇଁ ବଇଲାଡିଲା କାମଧେନ଼ୁ ସିଏସ୍‌ଆର୍ ଯୋଜନା ପ୍ରଣୟନ କରାଯାଇଛି । ୫୦,୦୦୦ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।ବ୍ୟାକ୍ ଟୁ ୱାର୍କ ଅନ୍ତର୍ଗତ ଏନ୍‌ଏମ୍‌ଡିସି ପକ୍ଷରୁ ଇ-ବ୍ରୋଚର ଏବଂ ଗାଇଡ୍‌ଲାଇନ୍ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ