ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ୨୪ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୨୨୦ ଜଣ ସୁସ୍ଥ ହୋଇଛନ୍ତି । ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୯ ଜଣ, ଯାଜପୁରରୁ ୩ ଜଣ ଏବଂ ବାଲେଶ୍ବରରୁ ୨ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୭ ରହିଥିବା ବେଳେ ତନ୍ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣ ପ୍ରାଣ ହରାଇଛନ୍ତି ।


