ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ, ଡିସେମ୍ବର ୧ରୁ ୩ ଜେଲ୍ ଭରୋ ଆନ୍ଦୋଳନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଆଶିଷ କୁମାର କାନୁନଗୋ ଓ ପ୍ରକାଶ ପାତ୍ର, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠୀ, ପ୍ରବୀଣ କୁମାର ଦାଶ, ବରିଷ୍ଠ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ ଓ ରାଜୀବ ଲୋଚନ ପଣ୍ଡା, ନାରୀନେତ୍ରୀ ଏନ୍. ଭାନୁମତି ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ସହସମ୍ପାଦକ ଗୁରୁନାଥ ପ୍ରଧାନ, କାମଦେବ ନାହାକ, ଏନ. ସୁକାନ୍ତ ଆଚାରୀ, ରଙ୍କନାଥ ସ୍ୱାଇଁ, ସତ୍ୟ ମହାପାତ୍ର, ବିଦେଶୀ ନାହାକ, ଦୁର୍ଗା ଚରଣ ପାତ୍ର, ଆଦିତ୍ୟ ମିଶ୍ର, ଅନୁରାଗ ମିଶ୍ର ଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ନେଇ ନେତାମାନେ ତୀବ୍ର ସମାଲୋଚନା କରିଥିଲେ। ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବାକୁ ମତ ପ୍ରକାଶ ପାଇଥିଲା।


