ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର
ପାରାଦ୍ୱୀପ (ପୀତବାସ ପ୍ରଧାନ) : ସମଗ୍ର ଦେଶରେ ମହାମାରୀ କରୋନାରେ ପ୍ରତିଦିନ ଜୀବନ ହରାଉଛନ୍ତି କରୋନା ଆକ୍ରାନ୍ତ । ଦେଶରେ ଏଥିପାଇଁ ରକ୍ତଦାନର ଆବଶ୍ୟକତା ରହିଛି । ରୋଗୀମାନଙ୍କ ନିମନ୍ତେ ରକ୍ତର ଆବଶକତା ହେଉଛି । ଏହାକୁ ଆଖିଆଗରେ ରଖି ପାରାଦ୍ୱୀପ କୁଜଙ୍ଗ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ପାରାଦ୍ୱୀପ ଅଠରବାଙ୍କୀସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ନିଜେ ରକ୍ତଦାନ କରିବା ସହ ଶିବିରକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବରେ ଯୋଗଦେଇଥିଲେ ପାରାଦ୍ୱୀପ ଅତିରିକତ ଜିଲ୍ଲାପାଳ ଡ.କାହ୍ନୁଚରଣ ଧିର । ପାରାଦ୍ୱୀପ ର ପୂର୍ବତନ ପୌରପାଳ ବସନ୍ତ ବିଶ୍ୱାଳ, ନିର୍ବାହୀଅଧିକାରୀ ଦିଲ୍ଲୀପ ମହାନ୍ତି, ପିପିଏଲ ର ସୁରକ୍ଷା ଅଧିକାରୀ ନିହାର କାନ୍ତ ରାଉତ ପ୍ରମୁଖ ଶିବିର ରେ ଯୋଗଦେଇଥିଲେ । ଟ୍ରଷ୍ଟର ସଭାପତି ସୌମ୍ୟକାନ୍ତ ମହାନ୍ତି, ସଂପାଦକ ସଚିତ୍ର କୁମାର ରାଉତ ଓ ଅନ୍ୟ ସଦସ୍ୟମାନେ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ମହାମାରୀ କରୋନା ପାଇଁ ସମାଜରେ ଯେମିତି ରକ୍ତର ଅଭାବ ନ ରହେ ସେଥିପାଇଁ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିବା କହିଛନ୍ତି ବିଧାୟକ ସମ୍ବିତ ରାଉତରାୟ ।


