କଚ୍ଚା ଘର ଭାଙ୍ଗିବ, ଗଛ ଉପୁଡ଼ିବ

ଭୁବନେଶ୍ୱର: ଓଡ଼ିଶାକୁ ନୂଆ ବିପଦ ଘନେଇ ଆସିଲାଣି । କରୋନା ସଙ୍କଟବେଳେ କରାଳ ରୂପ ନେଇ ମାଡ଼ି ଆସୁଛି ମହାବାତ୍ୟା ‘ଆମ୍ଫାନ୍‌’ । ଓଡ଼ିଶାରେ ସିଧାସଳଖ ମାଡ଼ ହେଉନଥିଲେ ମଧ୍ୟ ଏହା ଓଡ଼ିଶାର ଏତେ ପାଖ ଦେଇ ଯିବ ଯେ, ଏହାର ମଝି ବଳୟ ଓ ବାହ୍ୟବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ଦହଲିଯିବ । ଗଞ୍ଜାମ ଉପକୂଳରୁ ବାଲେଶ୍ୱର ଯାଏଁ ପ୍ରଭାବିତ ହେବ । ଏହି ବାତ୍ୟା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଅନେକ ଅଞ୍ଚଳକୁ ମୋଡ଼ି ମକଚି ଦେବ । ଠିକ ବର୍ଷେ ପୂର୍ବର ଫୋନି ଭଳି ପ୍ରଚଣ୍ଡ ଗ୍ରୀଷ୍ଣରେ ଉପପୁନ ଓଡ଼ିଶା ମୁହାଁ ହେଉଛି ।
ତେବେ ସବୁ ଠାରୁ ବଡ଼ କଥା ହେଲା ଯେ, ‘ଆମ୍ଫାନ୍‌’ ଏବେ ସୁପର ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ମହାବାତ୍ୟା ‘ଆମ୍ଫାନ୍‌’ ଭୟାନକ ରୂପ ଧାରଣ କରିଛି । ଏହା ମହାବାତ୍ୟାର ରୂପ ଧାରଣ କରିଛି । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ବହୁ ମାତ୍ରାରେ କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ିବ । ଏହାଛଡ଼ା ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରେଳ ଲାଇନ ବି ପ୍ରଭାବିତ ହୋଇପାରେ । ‘ଆମ୍ଫାନ୍‌’ ସମ୍ପର୍କରେ ସୂଚନା ଦେବା ଅବସରରେ ଏହା କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ । ସେ କହିଛନ୍ତି ଯେ…
– ମହାବାତ୍ୟା ‘ଆମ୍ଫାନ୍‌’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
– ମହାବାତ୍ୟା ସମୁଦ୍ରରେ ରହି ଉପକୂଳ ଛୁଇଁଲା ବେଳକୁ ପ୍ରଭାବ କମିବ ।
– ଉପକୂଳ ଛୁଇଁବା ବେଳକୁ ମହାବାତ୍ୟା ‘ଭୀଷଣ ବାତ୍ୟା’ ହୋଇଥିବ ।
– ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ, ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ।
– ୧୯ ତାରିଖ ଦିନ ତମାମ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।
– ୨୦ ତାରିଖ ଦିନ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ।
– ଜତତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଞ୍ଜରେ ଅତି ପ୍ରବଳ ବର୍ଷା ହେବ ।
– ସ୍ଥଳଭାଗକୁ ଛୁଇଁଲାବେଳକୁ ପବନ ବେଗ ୧୫୫ରୁ ୧୮୫ କିମି ରହିବ ।
– ପୂର୍ବର ‘ବୁଲବୁଲ’ ବାତ୍ୟା ଠାରୁ ଏହାର ପ୍ରଭାବ ଅଧିକ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ