ଘୁଞ୍ଚିଲା ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ବାତ୍ୟା ‘ଆମ୍ଫାନ’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଦେଖାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ତାହାକୁ ବାତ୍ୟା ପାଇଁ ଘୁଞ୍ଚାଇ ଦିଆଯାଇଛି । ତଦନୁଯାୟୀ ୨୧ ତାରିଖରୁ ମାଟ୍ରିକ ଦେଖା ଆରମ୍ଭ ହେବ । ଘର ଠାରୁ ୧୦ କିମି ଭିତରେ ଶିକ୍ଷକମାନେ ମାଟ୍ରିକ ଖାତା ଦେଖିବେ ।ଅନ୍ୟପକ୍ଷରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ। ଲକ ଡାଉନ କାରଣରୁ ଯୁକ୍ତ୨ର ୨୩ ବିଷୟର ପରୀକ୍ଷା ହୋଇପାରି ନଥିଲା। ସେହିପରି ଯୁକ୍ତ୨ର ସରିଯାଇଥିବା ବିଷୟଗୁଡିକର ପରୀକ୍ଷାର ଉତ୍ତର ଖାତା ଦେଖା ଜୁନ ୧ରୁ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉପରୋକ୍ତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ