ଭୁବନେଶ୍ବରରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ବର : ଦେଶବ୍ୟାପୀ ଲାଗୁ ହୋଇସାରିଛି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଏହି ଅବସରରେ କମିଶନରେଟ ପୋଲିସ୍‌ ପକ୍ଷରୁ ଭୁବନେଶ୍ବରରେ ରାତ୍ରିକାଳୀନ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବାର ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏହି ୧୨ ଘଣ୍ଟା ଭିତରେ ସମସ୍ତ ଚଳାଚଳ ବନ୍ଦ ରଖାଯିବ । କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି କୁହାଯାଇଛି । ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ