ବ୍ଳକସ୍ତରୀୟ ବିଜ୍ଞାନ ପାଠଚକ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ କୁମାରୀ କବିତା ବେହେରା ଙ୍କ ସଂଯୋଜନାରେ ଆୟୋଜିତ ପାଠଚକ୍ରରେ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠଚକ୍ର କୁ ଉଦଘାଟନ କରିଥିଲେ । ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ ,ନୋଡାଲ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ । ବ୍ଳକ ର ନୋଡାଲ ବିଜ୍ଞାନ ସୁପ୍ରଭାଇଜର ପୁଷ୍ପାଞ୍ଜଳୀ ମହାପାତ୍ର ପାଠଚକ୍ର କୁ ପରିଚାଳନା କରିଥିବା ବେଳେ ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ଶ୍ରୀକାନ୍ତ ସାମନ୍ତରାୟଙ୍କ ସମେତ ଅନ୍ଯ କ୍ଳଷ୍ଟରର ସିଆରସିସି ବୃନ୍ଦ ଉପସ୍ଥିତ ଥିଲେ ।’ ବିଭିନ୍ନ ଶକ୍ତି ଉତ୍ସର ସମିଶ୍ରଣ କୁ ବୁଝାଉଥିବା ଭାରତୀୟ ଶକ୍ତି ମିଶ୍ରଣ ୨୦୪୭ ର ସମ୍ଭାବନା ଏବଂ ଆହ୍ବାନ’ ସମ୍ବନ୍ଧିତ ବିଷୟ ବସ୍ତୁକୁ ନେଇ ଉପସ୍ଥିତ ଛାତ୍ରୀ ଛାତ୍ର ବୃନ୍ଦ ସନ୍ଦର୍ଭ ପାଠ କରିଥିଲେ। ଦିଗପହଣ୍ଡି ବ୍ଳକ ଅଧିନ ୩୭ଟି ବିଦ୍ୟାଳୟରୁ ୪୦ ଛାତ୍ରୀ ଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ଦିଗପହଣ୍ଡି ଖେମୁଣ୍ଡି କଲେଜ ଅଧ୍ୟାପକ ବାଲାଜୀ ଶଙ୍କର ପଣ୍ଡା ଏବଂ ବାପୁଜୀ ଦାସ ଯୋଗଦେଇ ମୂଲ୍ଯାୟନ କରିଥିଲେ । ଏହାପରେ ଶ୍ରେଷ୍ଠ ୩ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଜିଲାସ୍ତରୀୟ ବିଜ୍ଞାନ ପାଠଚକ୍ର ନିମନ୍ତେ ମାତ୍ର ଜଣ ଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.


