ଶକ୍ତିଶ୍ରୀ ପ୍ରକୋଷ୍ଠ ପକ୍ଷରୁ ଶକ୍ତିଶ୍ରୀ ଆପ ବିଷୟରେ କର୍ମଶାଳା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ +୩ ଛାତ୍ରୀମାନଙ୍କୁ ନେଇ ଶକ୍ତିଶ୍ରୀ ଆପ ବିଷୟରେ ଏକ କର୍ମଶାଳା ୦୮/୯/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ ପ୍ରକୋଷ୍ଠ ସଂଯୋଜିକା ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶକ୍ତିଶ୍ରୀ ଆପ ବିଷୟ ନେଇ କର୍ମଶାଳାରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ରଥ ଅଧ୍ୟକ୍ଷତା କରିଥିବା ବେଳେ ଆଇ.ଆର.ପି.ଏମ. ବିଭାଗ ଅଧ୍ୟାପିକା ସୁରଜିତା ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଶକ୍ତିଶ୍ରୀ ସାଥୀ ଲିପ୍ସାରାଣୀ ଗୌଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶକ୍ତିଶ୍ରୀ ଆପ ମାଧ୍ୟମରେ ଛାତ୍ରୀମାନେ ଯେଉଁ ସବୁ ସୁବିଧା ଓ ସହଯୋଗ ପାଇପାରିବେ ସେହି ବିଷୟରେ ଏହି କର୍ମଶାଳାରେ ଆଲୋକପାତ କରିବା ସହ ଛାତ୍ରୀମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା। ଶେଷରେ ସଂଯୋଜିକା ଅଧ୍ୟାପିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।


