ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌରପାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି, ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଯୋଗ ଦେଇ 15 ବର୍ଷରୁ ଉର୍ଦ୍ଧ ନିରକ୍ଷର ବ୍ୟକ୍ତି ମାନଙ୍କୁ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ମାଧ୍ୟମରେ ସାକ୍ଷରତା ହାସଲ କରିବା ପାଇଁ ପ୍ରେରଣା ଦେଇଥିଲେ, ଏହା ଭାରତ ସରକାରଙ୍କ ଏକ ଅଭିନବ ପ୍ରୟାସ | ଚଳିତ ବର୍ଷ ଗଂଜାମ ଜିଲ୍ଲା ପାଇଁ ଧାର୍ଯ୍ୟ ରଖାଯାଇଥିବା ଦୁଇ ଲକ୍ଷ ଅଶୀ ହଜାର ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏକ ଲକ୍ଷ ତେୟା ନବେ ହଜାର ପଞ୍ଜିକରଣ ହୋଇଥିବା ଦର୍ଶାଇଥିଲେ, ମୁଖ୍ୟ ବକ୍ତା ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ଉଲ୍ଲାସ କାର୍ଯ୍ୟକ୍ରମରେ ଯୋଗଦେଇ ନବ ସାକ୍ଷରଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଅବସର ପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଡା. ଶଙ୍କର ନାରାୟଣ ବେଜ ଉପସ୍ଥିତ ଥିଲେ, ପ୍ରଦୀପ ପ୍ରଜ୍ବଳନ ପରେ ପ୍ରଧାନ ଶିକ୍ଷକ ଡା. ଅନୁଜ କୁମାର ନାୟକ ସ୍ୱାଗତ ଜଣାଇଥିବାବେଳେ ଜିଲ୍ଳା ବିଜ୍ଞାନ ନିରୀକ୍ଷକ ମଣି ରଞ୍ଜନ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କ ରେ ଧାରଣା ଦେଇଥିଲେ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସହିତ ଜୀବନ କୌଶଳ ,ଡିଜିଟାଲ ସାକ୍ଷରତା ,ଆର୍ଥିକ ସାକ୍ଷରତା ,ବୃତ୍ତିଗତ ଦକ୍ଷତା, ଗଣନା, ବ୍ୟାଙ୍କ କାରବାର, ଇତ୍ୟାଦି ଉଲ୍ଲାସ କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ ଥିଲା, ପୂର୍ବରୁ ଆୟୋଜିତ ବକୃତା, ସ୍ଲୋଗାନ ଏଵଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା, ନିରକ୍ଷର ଥିବା ବ୍ୟକ୍ତି ମାନଙ୍କୁ ଉଲ୍ଲାସ ପୁସ୍ତିକା ପ୍ରଦାନ କରାଯାଇଥିଲା, ସହକାରୀ ଶିକ୍ଷକ ଅରୁଣ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲ ଏବଂ ସ୍ଥାନୀୟ ସିଆରସିସି ୟୁ ଭାରତୀ ଏଵଂ ବରିଷ୍ଟ ସହାୟକ ଦେବବ୍ରତ କବି, ସ୍କୁଲର ଶିକ୍ଷକ ଭଗବାନ ନାହାକ, ମନୀଷା ନାୟକ, ମିତାଲି ଷଡ଼ଙ୍ଗୀ, ଅର୍ଚ୍ଚନା ପଣ୍ଡା,ଆଲୋକ କୁମାର ପାତ୍ର ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ