ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଠାରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି, ବଣ୍ଟନ

ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ -୧୬ ର ସଠିପୁର ନିକଟରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଯାଜପୁର ବିଧାନସଭାର କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ଅଂଚଳ ଦାସ, ଜିଲ୍ଳା ଦଳିତ ସେଲ ସଭାପତି ଦୁର୍ୟୋଧନ ବେହେରା, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପ-ସଭାପତି ଭିବୁତି ମହାପାତ୍ର, ସାଧରଣ ସମ୍ପାଦକ ହୃଷିକେଶ ପତି, ଅନୀଲ ମହାନ୍ତି, ଜୋନ କଂଗ୍ରେସ ସଭାପତି ରଘୁନାଥ ମାଝି, ଉପ-ସଭାପତି ଅଶୋକ ଦାସ , ରବି ସ୍ୱାଇଁ, ଦେବେନ୍ଦ୍ର ଧଳ, ଶ୍ରୀନିବାସ ମାଝି, ବିଜୟ ମହାପାତ୍ରଙ୍କ ସମେତ ବହୁ କର୍ମୀ ସାମିଲ ହୋଇ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଆଜି ପୂର୍ବାହ୍ନରେ ଜାତୀୟ ରାଜପଥ ନିକଟରେ ସଠିପୁର ଛକ ଠାରେ ବିଭିନ୍ନ ଗାଡି, ସାଇକେଲ, ଓ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଅଟକାଇ ସେମାନଙ୍କର ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ, ପାଣି,ଓଆରଏସ ଗ୍ଲୁକୋଜ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ବହୁ ପ୍ରବାସୀ ଓଡ଼ିଆ ତାମିଲନାଡୁ, ବେଙ୍ଗାଲୁରୁ, କର୍ଣ୍ଣାଟକ,ଭାଇଯାଗ, ତେଲେଙ୍ଗାନା ରୁ ଆସି ମୟୁରଭଂଜ,ଭଦ୍ରକ,ବାଲେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ। କେତେକ ଶ୍ରମିକ ପଡ଼ୋଶୀ ରାଜ୍ୟ ବିହାର, ପଶ୍ଚିମ ବଙ୍ଗ, ଝାରଖଣ୍ଡ କୁ ଯିବେ ବୋଳି ପ୍ରକାଶ କରିଥିଲେ। ପ୍ରବାସୀ ମାନେ ଏପରି ସାହାଯ୍ୟ ପାଇ ବହୁ ଖୁସିବ୍ୟକ୍ତ କରିଥିଲେ । ଜିଲା କଂଗ୍ରେସ ର ଏପରି ମହାନ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ