ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ ତରଫରୁ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏସ୍ଡ଼ି ଶିବୁ ଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ବୃତ୍ତି ପ୍ରଦାନ କରିବ । ଉଭୟ ସାଧାରଣ (୮୦%) ଓ ଦିବ୍ୟାଙ୍ଗ (୬୦%) ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଦାନ ବୃତ୍ତି ପ୍ରଦାନ କରାଯାଉଛି ।
୨୦୧୯ ମାଟ୍ରିକ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖିଥିବେ ସେମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ । ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୬୦% ନମ୍ବର ରଖିଥିବା ଜରୁରୀ । ମନୋନୀତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପାଇବେ । ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରନ୍ତି, ତେବେ ଡ଼ିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ