ଛତ୍ରପୁରରେ ଜଗନ୍ନାଥଙ୍କ ନବଯୌବନ ଦର୍ଶନ

ଛତ୍ରପୁର, ( ଯୁଗାବ୍ଦ ନ୍ୟୁଜ୍) : : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଜମିଛି । ତାଡେପଲ୍ଲୀ ଛକ ସ୍ଥିତ ରଜାଘର ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିଲାଗି ସେହି ଅଞ୍ଚଳରେ ଭିଡ ଜମିଥିଲା । ସେହିପରି ଦାଶରୀ ଜଗନ୍ନଥା ମନ୍ଦିର, ବଡ ରେଡ୍ଡିସାହିର ଜଗନ୍ନାଥ ମନ୍ଦିର, ପାଲିଆଛତ୍ରପୁର ପାଲିଆ ସାହି, ବିପୁଳିଙ୍ଗି ବିରସିଂହ ପୀଠରେ ଜଗନ୍ନାଥ ମନ୍ଦିର, ନରେନ୍ଦ୍ରପୁର ଗ୍ରାମ ଜଗନ୍ନାଥ ମନ୍ଦିର ଆଦି ବିଭିନ୍ନ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ଲାଗି ଭିଡ ଜମିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ