ଅଟୋ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
ଗୁଣପୁର,(ୱାଇଏନଏସ): ଗୁଣପୁର ଆଟୋ ସଂଘର କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ରୂପେ କଲା ଗୋପାଳ ରାଓ ଏବଂ ସୌମ୍ୟ ରଞ୍ଜନ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ମୋଟ ୨୪୯ ଟି ଭୋଟ ମଧ୍ୟରୁ ସଭାପତି ପ୍ରାର୍ଥୀ ଗୋପାଳ ରାଓଙ୍କୁ ୧୬୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଧ୍ୱନ୍ଦି ରାମ ମହାନ୍ତିଙ୍କୁ ୮୨ ଖଣ୍ଡ ଭୋଟ ମିଳିଥିଲା। ସେହିପରି ସମ୍ପାଦକ ପଦବୀ ପାଇଁ ସୌମରଞ୍ଜନ ସାହୁଙ୍କୁ ୧୯୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଧ୍ଵନ୍ଦି ସନ୍ତୋଷ କୁମାର ନାୟକଙ୍କୁ ୫୫ ଖଣ୍ଡ ଭୋଟ ମିଳିଥିଲା। ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡିଛି। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ରୂପେ ଆଇନଜୀବୀ ଅକ୍ଷୟ କୁମାର ଶତପଥୀ ଏବଂ ଆଇନଜୀବୀ ରାଜ କିଶୋର ଦାସ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହାକୁ ଭାଷା ଶତପଥୀ,ଜଗଦୀଶ ଶତପଥୀ, ଦୀପକ କୁମାର ପଣ୍ଡା , ପ୍ରଦୀପ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର, ବି ମୁରଲୀ ମୋହନ ରାଓ, ପିତାମ୍ବର ସୁବୁଦ୍ଧି, ସୁବାସ ଚନ୍ଦ୍ର ପାଢ଼ୀ, ଆର ରାଜା, କୁନା ଗୌଡ଼, ନିରଞ୍ଜନ ଦୋରା ପ୍ରମୁଖ ପରିଚାଳନା କରିଥିଲେ।


