ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୦ ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ ୫୧ ଟି ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ ୫୧ଙ୍କ ମଧ୍ୟରେ ଗଞ୍ଜାମରୁ ୪, ଯାଜପୁରରୁ ୫, କଟକରୁ ୯, ଜଗତସିଂହପୁରରୁ ୨, ପୁରୀରୁ ଜଣେ, ନୟାଗଡରୁ ୧୧,ଅନୁଗୁଳରେ ୨, ସମ୍ବଲପୁରରେ ୨, ମାଲକାନଗିରିରୁ ୧, କଳାହାଣ୍ଡିରେ ୧୧ ଓ ମୟୂରଭଞ୍ଜରୁ ୩ ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ହୋଇଛି । ସେହିପରି ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ