ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବିଳମ୍ବ ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଟିଟ୍ରାପଙ୍ଗା ଗ୍ରାମପଞ୍ଚାୟତ ଭୁକ୍ତାକନାଲି ପ୍ରାଥମିକ ବିଦ୍ୟାଳୟ ଲକଡାଉନ ପରେ ବନ୍ଦ ରହିଥିବା ବେଳେ ଏଯାଏଁ କିନ୍ତୁ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ନାହାନ୍ତି l ଦାୟିତ୍ୱ ରେ ଥିବା ଯୋଗାଣ ବିଭାଗ କର୍ମଚାରୀ।ଭୁକ୍ତାକନାଲି ପ୍ରାଥମିକ ବିଦ୍ୟାଳୟ କୁ ବଲସକୁମ୍ପା ଯୋଗାଣ ବିଭାଗ ତରଫରୁ ଚାଉଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଏଯାଏଁ କିନ୍ତୁ ୨୨ଜଣ ଛାତ୍ରଛାତ୍ରୀ ସେମାନଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି। ସେହିଭଳି ଭୁକ୍ତାକନାଲି ପ୍ରାଥମିକ ବିଦ୍ୟାଳୟ ସହିତ ବଲସକୁମ୍ପା ପଂଚାୟତ ବାରିକୁମ୍ପା ବିଦ୍ୟାଳୟ ରେ ମଧ୍ୟ ୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ଏଯାଏଁ ଚାଉଳ ମିଳିନଥିବା କହିଛନ୍ତି ଖୋଦ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଂଜନ କୁମାର କହଁର।ହେଲେ ଚାଉଳ ନମିଳିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମତାମତ ଲୋଡ଼ିବା ପରେ ଶ୍ରୀ କହଁର ଏସମ୍ପର୍କରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ହିଁ ଚାଉଳ ନମିଳିବା ନେଇ କହିପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ।ହେଲେ ସରକାର କରୋନା ପାଇଁ ସମସ୍ତ ବିଦ୍ୟାଳୟ କୁ ବନ୍ଦ ରଖିବା ସହ ତୁରନ୍ତ ଛାତ୍ରଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟ ରେ ମଧ୍ୟ ଚାଉଳ ବଣ୍ଟନ ସରିଥିବା ବେଳେ ବଲସକୁମ୍ପା ଯୋଗାଣ ବିଭାଗ ତରଫରୁ କାହିଁକି ଏଯାଏଁ ପିଲାମାନଙ୍କୁ ଚାଉଳ ଯୋଗାଣ କରାଯାଇନାହିଁ ତାହାର ତଦନ୍ତ ପାଇଁ ଦାବୀ କରିବା ସହ ତୁରନ୍ତ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଅବିଭାବକ ସାଇବନ କହଁର ସଦାନନ୍ଦ ଝାଙ୍କର ସୁଧିର ଦିଗାଲ ବିରଂଚି ପ୍ରଧାନ ଙ୍କ ସହ ସମସ୍ତ ଅଭିଭାବକ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ