ଭିସା ଓ ବିଦେଶ ଯାତ୍ରା ଉପରେ କଟକଣା କୋହଳ
ନୂଆଦିଲ୍ଲୀ : କୋଭିଡ ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଭିସା ଓ ଯାତ୍ରା କଟକଣାକୁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କେତେକାଂଶରେ କୋହଳ କରିଛନ୍ତି । ସେଦୃଷ୍ଟିରୁ ବିଦେଶରେ ଫସି ରହିଥିବା କେତେକ ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରାଯାଇଛି । ନିମ୍ନୋକ୍ତ ଓସିଆଇ ଶ୍ରେଣୀର କାର୍ଡଧାରୀମାନଙ୍କୁ ସ୍ଵଦେଶ ଫେରିବା ପାଇଁ ଏହି ଅନୁମତି ମିଳିଛି, ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି, ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଭଳି ଜଟିଳ ପରିସ୍ଥିତିରେ ସ୍ଵଦେଶ ଫେରିବାକୁ ଇଚ୍ଛୁକ ଓସିଆଇ କାର୍ଡଧାରୀ, ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଓସିଆଇ କାର୍ଡଧାରୀ ଓ ଅନ୍ୟଜଣେ ଭାରତୀୟ ନାଗରିକ ହେବା ସହ ଭାରତରେ ସ୍ଥାୟୀ ବସବାସ କରୁଥିବେ, ଓସିଆଇ କାର୍ଡଧାରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତା ଭାରତୀୟ ନାଗରିକ ଏବଂ ଭାରତରେ ରହୁଥିବେ, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ୭ତାରିଖ ଦିନ ଜାରି ଯାତ୍ରା କଟକଣା କୌଣସି ବିମାନ, ଜାହାଜ, ଟ୍ରେନ ବା ଅନ୍ୟ କୌଣସି ଯାନବାହାନ ଯାହାକି ସେମାନଙ୍କୁ ଆଣିବାକୁ ଯିବ ସେମାନଙ୍କ ପ୍ରତି ଏହା ଲାଗୁ ହେବ ନାହିଁ । ଏହାବ୍ୟତୀତ ସେହିଦିନ ଜାରି ଅନ୍ୟାନ୍ୟ କତାକନାଗୁଡିକ ବଳବତ୍ତର ରହିବ ।


