ଏପ୍ରିଲ ପହିଲା ସୁଦ୍ଧା ୨୬,୨୪୨ କୋଟି ଟଙ୍କା ସିବିଡିଟି ଦ୍ଵାରା ଫେରସ୍ତ

ନୂଆଦିଲ୍ଲୀ : ଏପ୍ରିଲ ପହିଲାରୁ ୨୧ ମେ’ ମଧ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୧୬,୮୪,୨୯୮ ଜଣ କରଦାତାଙ୍କୁ ୨୬,୨୪୨ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିଛି । ଏହି ସମୟ ମଧ୍ୟରେ ୧୪,୬୩୨ କୋଟି ଟଙ୍କା ୧୫,୮୧,୯୦୬ ଜଣ କରଦାତାଙ୍କୁ ଆୟକର ରିଫଣ୍ଡ ପ୍ରଦାନ କରାଯାଇଥିବା ବେଳେ ୧,୦୨,୩୯୨ ଜଣ କରଦାତାଙ୍କୁ ୧୧,୬୧୦ କୋଟି ଟଙ୍କାର ବାଣିଜ୍ୟିକ କର ରିଫଣ୍ଡ ଆକାରରେ ପ୍ରଦାନ କରାଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦ୍ଵାରା ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନା ଘୋଷଣା ପରେ ଏହି ରିଫଣ୍ଡ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ସିବିଡିଟି ୧୬ ମେ’ ସୁଦ୍ଧା ୨୦୫୦.୬୧ କୋଟି ଟଙ୍କା ୩୭,୫୩୧ଜଣ ଆୟକର ଦାତାଙ୍କୁ ରିଫଣ୍ଡ କରିଥିବା ବେଳେ ୨,୮୭୮ଜଣ ବାଣିଜ୍ୟିକ କରଦାତାଙ୍କୁ ୮୬୭.୬୨ କୋଟି ଟଙ୍କା ରିଫଣ୍ଡ କରିଛି । ମେ’ ୧୭ ରୁ ୨୧ ମଧ୍ୟରେ ୧,୨୨,୭୬୪ ଜଣ ଆୟକର ଦାତାଙ୍କୁ ୨୬୭୨.୯୭ କୋଟି ଟଙ୍କା ଏବଂ ୩୩,୭୭୪ ବାଣିଜ୍ୟିକ କରଦାତାଙ୍କୁ ୬୭୧୪.୩୪ କୋଟି ଟଙ୍କା ରିଫଣ୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ