ପିତ୍ତଳ କ୍ୱାରାଣ୍ଟାଇନକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ,୧୫୩ଜଣ ହୋମ୍ କ୍ୱାରାଣ୍ଟାଇନକୁ ଗଲେ

ଶେରଗଡ଼, (ଦେବୀ ପ୍‌ପ୍ରସାଦ ଦାସ): ଶେରଗଡ଼ ବ୍ଲକର ପିତ୍ତଳ ଓ ବ୍ରାହ୍ମଣଛାଇ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପରିଦର୍ଶନରେ ଆସି କ୍ୱାରାଣ୍ଟାଇନ କେନ୍ଦ୍ର ଗୁଡିକର ସ୍ଥିତ ସମ୍ପର୍କରେ ପଚାରି ବୁଝିଥିଲେ। ପରେ କ୍ୱାରାଣ୍ଟାଇନ କେନ୍ଦ୍ରରେ ବ୍ୟାୟାମ,ଚିତ୍ର, ଆଙ୍କନ୍ତୁ ବୋଲି ପରାମର୍ଶ ଦେଇଥିଲେ ପରେ ଉପସ୍ଥିତ ବିଡିଓ ସୁରଞ୍ଜନ କୁମାର ସାହୁ ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ବ୍ଲକର ସମସ୍ତ କେନ୍ଦ୍ର ଗୁଡିକର ଅଵସ୍ଥା ସଂପର୍କରେ ପଚାରି ବୁଝିଥିଲେ। ପିତ୍ତଳ ଠାରେ ଥୁବା ଉଚ୍ଚ ବିଦ୍ୟାଳୟର କ୍ୱାରାଣ୍ଟାଇନ କେନ୍ଦ୍ରରୁ ୧୫୩ଜଣ ବ୍ୟକ୍ତିଙ୍କ ୨୧ଦିନ ସରିଥିବା ବେଳେ ସେମାନଙ୍କୁ ଯିବା ବେଳେ ସମସ୍ତ ଘରେ କ୍ୱାରାଣ୍ଟାଇନରେ ୧୪ ଦିନ ରହିବାକୁ ପରାମର୍ଶ ଦେଇ କହିଥିଲେ। ଏବଂ ଏହି ୧୪ଦିନ ଘରେ ଆପଣ ପୁରା ରହିଲେ କରୋନାକୁ ଆପଣ ମାନେ ହରାଇଦେବେ । ଆମର ବିଜୟ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ। ଏହାପରେ ପିତ୍ତଳ ଉଚ୍ଚ ବିଦ୍ୟାଳୟରେ ସହଯୋଗ କରିଥିବା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱେଚ୍ଛାସେବୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ସନ୍ତୋଷ କୁମାର ପଟ୍ଟନାୟକ, ହୀନ ବେହେରା, ଶରତ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ମଳିକ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ