ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଅନଲାଇନରେ ମଦ ମିଳିବ । ରାଜ୍ୟ ସରକାର ଏନେଇ ଅନୁମତି ପ୍ରଦାନ କରିଛନ୍ତି । କଂଟେନମେଂଟ ଜୋନ ବ୍ୟତୀତ ସବୁ ଜୋନରେ ଅନଲାଇନରେ ମଦ ବିକ୍ରି ହେବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ମଦ ଉପରେ କୋଭିଡ଼ ଫି’ ଲଗାଯାଇଛି । କୋଭିଡ଼ ଫି ୫୦% ଲଗାଯାଇଥିବାରୁ ମଦ ଦାମ ଦେଢ଼ଗୁଣା ହୋଇଯିବ । ଏମଆରପି ଉପରେ ହିଁ ଏହି ଫି’ ଲାଗୁ ହେବ । କୋଭିଡ଼ ଫି’ ବାବଦକୁ ମିଳିବାକୁ ଥିବା ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ । ଅନ ଓ ଅଫ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ ଡେଲିଭରୀ କରିପାରିବେ । ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି’ ଲାଗୁ କରାଯାଇଛି ।


