ଗଞ୍ଜାମ ଷ୍ଟେସନ ରୋଡ଼ରେ ଚୋରି

ଗଞ୍ଜାମ (ଦୁର୍ଗାମାଧବ ପାଣିଗ୍ରାହୀ) : ସହର ସ୍ଥିତ ଷ୍ଟେସନ ରୋଡ଼ରେ ଗତକାଲି ରାତିରେ ବଡ଼ଧରଣ ଚୋରି ହୋଇଯାଇଥିବା ଜଣା ପଡିଛି । ଷ୍ଟେସନ ରୋଡ଼ରେ ରହୁଥିବା ସୁଶାନ୍ତ ସେଠୀ ଙ୍କ ଘରେ ରାତିରେ ସୋଇଥିବା ବେଳେ ଚୋରମାନେ ବାରିପାଟ ତିନଟି ଗ୍ରୀଲ କାଟି ଘରେ ପଶିଥିଲେ । ସୁଶାନ୍ତ ଙ୍କ ସ୍ତ୍ରୀ ଙ୍କ ବେକରୁ ସୁନା ଚେନ ଝିକିନେବା ବେଳେ ସେ ପାଟିକରିବାରୁ ଘର ଲୋକମାନେ ଉଠିଯିବାରୁ ଚୋର ମାନେ ଦୌଡ଼ି ପଳାଇଥିଲେ । ପରେ ଦେଖିବାରୁ ଆଲମାରୀ ଭାଙ୍ଗି ଦୁର୍ବୁତ୍ତ ମାନେ ଆଠ ତୋଳା ସୁନାଅଳଙ୍କାର, ନଗଦ ତିନିହଜାର ଟଙ୍କା,ଜମିଜିମା କାଗଜପତ୍ର ନେଇଯାଇଥିବା ଏତଳାରେ ଦର୍ଶାଇ ଛାନ୍ତି । ସୂଚନାଯୋଗ୍ୟ ଏବେ କିଛିଦିନ ହେବ ସହରରେ ଚୋରିହରି ବୃଦ୍ଧି ପାଉଥିବା ଦେଖାଯାଇଛି

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ