ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ):  ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସର ରେ ଛତ୍ରପୁର ବ୍ଲକ ପକ୍ଷରୁ “ସ୍ୱାବଲମ୍ବୀ ଯୁବ, ସମୃଦ୍ଧ ଓଡ଼ିଶା” ଏବଂ “ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ଏସ୍ଏମ୍ଇ – ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ମୁଖ୍ୟ ଅତିଥି ଭାବେ  ଯୋଗଦେଇ  ଓଡ଼ିଶାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ  କ୍ଷେତ୍ରକୁ ସଶକ୍ତ କରି ରୋଜଗାର ସୃଷ୍ଟି, ଉଦ୍ୟମୀଙ୍କୁ ପ୍ରୋତ୍ସାହନ ଏବଂ ସମୃଦ୍ଧ ଅର୍ଥନୀତି ଗଠନ ଦିଗରେ ଏହା ରାଜ୍ୟ ସରକାରଙ୍କ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ  l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଯୁବକୋଡିନେଟର ପି. ରାମବାବୁ, ଛତ୍ରପୁର ବ୍ଲକ ସହକାରୀ ଶିଳ୍ପ ଅଧିକାରୀଣୀ ପ୍ରଭାତୀ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶହ ଶହ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ଦକ୍ଷତା, ନିଯୁକ୍ତି ସମ୍ବନ୍ଧରେ  ସମସ୍ତ ଯୋଜନା ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ଶେଷରେ ବ୍ଲକ ଫାଇନାନ୍ସ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ