ବଦଳିଲା କ୍ୱାରେଣ୍ଟାଇନ ନିୟମ
ଭୁବନେଶ୍ବର: ଏଣିକି ୨୧ ଦିନିଆ ନୁହେଁ ୧୪ ଦିନିଆ କ୍ୱାରେଂଟାଇନ ।
ରାଜ୍ୟ ବାହାରୁ ଆସିଲେ ୧୪ ଦିନିଆ କ୍ୱାରେଂଟାଇନ ବାଧ୍ୟତାମୂଳକ ।
ଗ୍ରାମାଂଚଳରେ ୭ ଦିନ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ ।
ଲକ୍ଷଣ ଦେଖା ନଦେଲେ ଘରକୁ ଯାଇ ୭ଦିନ ହୋମ କ୍ୱାରେଂଟାଇନରେ ରହିପାରିବେ ।
ଘରେ ସୁବିଧା ନଥିଲେ ସରକାରୀ କ୍ୱାରେଂଟାଇନରେ ରହିବେ ।
ଆବଶ୍ୟକ ଥିଲେ ସରପଞ୍ଚ କ୍ୱାରେଣ୍ଟାଇନ ଅବଧି ବୃଦ୍ଧି କରିପାରିବେ ।
ବାହାର ରାଜ୍ୟରୁ ବୃତିଗତ କାମ ପାଇଁ ଓଡ଼ିଶା ଆସିଲେ କ୍ୱାରେଂଟାଇନରେ ରହିବେ ନାହିଁ ।
ଯଦି ସେମାନେ ୩ ଦିନ ପାଇଁ ଓଡ଼ିଶା ଆସି ଅନ୍ୟ ରାଜ୍ୟକୁ ଫେରିବେ ସେମାନଙ୍କ ପାଇଁ କ୍ୱାରେଂଟାଇନ ବ୍ୟବସ୍ଥା ଲାଗୁ ହେବ ନାହିଁ ।
ଯଦି ବାହାର ରାଜ୍ୟରେ କିଏ କ୍ୱାରେଂଟାଇନରେ ରହି ଫେରିବାର ପ୍ରମାଣ ଦେବେ ତେବେ ସେମାନଙ୍କୁ କ୍ୱାରେଂଟାଇନରେ ରହିବା ଦରକାର ନାହିଁ ।


